ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଆମ୍ବୁଲାନ୍ସ ଅଟକ ରଖିଲେ ଗ୍ରାମବାସୀ

ଖଇରା,୩୧।୧୦(ଡି.ଏନ୍‌.ଏ.): ସିକନ୍ଦରାବାଦର ଏକ କେମିକାଲ କମ୍ପାନୀରେ କାର୍ଯ୍ୟ କରୁଥିବା ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ସଇଁ ଗ୍ରାମର ଶ୍ରୀଧର ମହାନ୍ତି(୪୩)ଙ୍କ ଦୁଇଦିନ ତଳେ ସେଠାରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। କମ୍ପାନୀର ଠିକାଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରୀଧରଙ୍କ ମୃତଦେହକୁ ସଂପୃକ୍ତ ଠିକାଦାର ଏକ ଆମ୍ବୁଲାନ୍ସ ଯୋଗେ ସଇଁ ଗ୍ରାମକୁ ପଠାଇ ଦେଇଥିଲେ। ବୁଧବାର ରାତିରେ ଗ୍ରାମରେ ମୃତଦେହ ପହଞ୍ଚିବା ପରେ ଶ୍ରୀଧରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଅଟକ ରଖିଛନ୍ତି ା ଖଇରା ପୋଲିସର ହସ୍ତକ୍ଷେପ ପରେ ପୁନଶ୍ଚ ଆମ୍ବୁଲାନ୍ସରେ ମୃତଦେହ ବ୍ୟବଚ୍ଛେଦ ପାଇଁ ସୋର ପଠାଯାଇଛି। ରିପୋର୍ଟ ଆସିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ଖଇରା ପୋଲିସ କହିଛି।

Share