ଯୁବକଙ୍କ ହାତ ଓ ପାଦର ଆଙ୍ଗୁଳି ସଂଖ୍ୟା ୨୮…

ସାଧାରଣତଃ ମଣିଷଙ୍କ ଦୁଇ ହାତ ଏବଂ ପାଦରେ ୧୦ ଲେଖାଏଁ ଆଙ୍ଗୁଳି ରହିଥାଏ। ତେବେ ଗୁଜରାଟରେ ବାସ କରୁଥିବା ଦେବେନ୍ଦ୍ର ସୁଥରଙ୍କ ପ୍ରତି ହାତ ଏବଂ ପାଦରେ ୭ ଲେଖାଏଁ ଆଙ୍ଗୁଳି ରହିଛି। ତାଙ୍କର ଆଙ୍ଗୁଳି ସଂଖ୍ୟା ୨୮। ସେହିପରି ଓଡ଼ିଶାର ଗଞ୍ଜାମରେ ବାସ କରୁଥିବା ୬୩ ବୟସ୍କ କୁମାର ନାୟକ ନାମକ ମହିଳାଙ୍କ ଦୁଇହାତର ଆଙ୍ଗୁଳି ସଂଖ୍ୟା ୧୨ ଏବଂ ପାଦର ଆଙ୍ଗୁଳି ସଂଖ୍ୟା ୧୯ ରହିଛି। ତାଙ୍କର ମୋଟ ଆଙ୍ଗୁଳି ସଂକ୍ୟା ୩୧ ରହିଛି। ଡାକ୍ତରଙ୍କ ଅନୁସାରେ ହଜାରେ ଲୋକଙ୍କ ମଧ୍ୟରେ ଏଭଳି ଜଣେ ଲୋକଙ୍କଠାରେ ବ୍ୟତିକ୍ରମ ଦେଖାଯାଇଥାଏ। ଏହା ଏକ ଜନ୍ମଗତ ରୋଗ ପୋଲିଡେକ୍ଟଲି ଯୋଗୁ ହୋଇଥାଏ। ତେବେ ମାତୃଗର୍ଭରେ ଥିବା ସମୟରେ ଏସମ୍ପର୍କରେ ଅଲ୍ଟାସାଉଣ୍ଡ୍‌ ଦ୍ୱାରା ଜଣାପଡ଼ିଥାଏ।

Share