ଯୁବକମାନେ ଫିଟ୍‌ ରହିବା ନିଶାରେ ଭୁଲନ୍ତୁ ନାହିଁ ଏସବୁ ଖାଦ୍ୟ ପଦାର୍ଥ

ସାଧାରଣତଃ ଯୁବକମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସେତେଟା ସଚେତନ ନ ଥାନ୍ତି। ଅନେକ ସମୟରେ ଫିଟ୍‌ ରହିବା ସହ ସିକ୍ସ ପ୍ୟାକ୍‌ କରିବା ନିଶାରେ ସେମାନେ କେତେକ ଜିନିଷ ଖାଇବା ବନ୍ଦ କରିଦେଇଥାନ୍ତି। ଏପରି କରିବା ଫଳରେ ସେମାନେ କେତେକ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଥାନ୍ତି। ତେବେ ଜାଣନ୍ତୁ ଯୁବକମାନଙ୍କୁ କେଉଁ ଖାଦ୍ୟ ପଦାର୍ଥ ଖାଇବା ଜରୁରୀ-

ପାଳଙ୍ଗ: ଏଥିରେ ପୋଷକତତ୍ୱ ଏବଂ ଓମେଗା ୩ ରହିଥାଏ।

ଡାର୍କ ଚକୋଲେଟ: ପ୍ରାୟ ଯୁବକଙ୍କୁ ଚକୋଲେଟ ଖାଇବା ପସନ୍ଦ ନ ଥାଏ। କିନ୍ତୁ ଏହା  ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।  କୋଲେଷ୍ଟରଲ ଉପରେ ଏହାର  ସକାରାତ୍ମକ ପ୍ରଭାବ ପଡିଥାଏ। ମସ୍ତିଷ୍କକୁ ରକ୍ତ ପ୍ରବାହ କରିବାରେ ମଧ୍ୟ ସକ୍ରିୟ କରାଇଥାଏ।

ଗ୍ରିନ୍‌ ଟି: ଏହା କେବଳ ଓଜନ କମ୍‌ କରିବାରେ ସାହାଯ୍ୟ କରି ନ ଥାଏ ବରଂ ନିୟମିତ ବ୍ୟବହାର କରିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ବ୍ଲୁ ବେରି : ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ମାତ୍ରା ଅଧିକ ଥାଏ ଯାହା ହୃଦ୍‌ଘାତ ଜନିତ ସମସ୍ୟାକୁ ଦୂର କରିଥାଏ।