Categories: ଜାତୀୟ

ଯୁବକ ସମୟରେ କରିଥିଲେ ଅପରାଧ; ବୃଦ୍ଧାବସ୍ଥାରେ ପଡ଼ିଲେ ଧରା

ଝାବୁଆ,୧୭।୪: କୁହାଯାଏ ସତ କେବେ ଲୁଚି ରହେନା। ଏହାର ଏକ ଉଦାହରଣ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଦେଖିବାକୁ ମିଳିଛି। ଯୁବକ ସମୟରେ ଅପରାଧ କରି ଜଣେ ବ୍ୟକ୍ତି ବୃଦ୍ଧାବସ୍ଥାରେ ଧରାପଡ଼ିଛନ୍ତି। ୨୫ ବର୍ଷ ବୟସରେ  ତୋଲିଆ ବିନ୍ଦିଆ ଭୀଲ୍‌ ରାଜସ୍ଥାନର ଚିତୋରଗଡ଼ର ବେଙ୍ଗୁ ଅଞ୍ଚଳରେ ୧୯୮୦ରେ ଏକ ଚୋରି କରି ପୋଲିସ ଆଖିରେ ଧୁଳି ଦେଇ ମଧ୍ୟପ୍ରଦେଶ ଝାବୁଆ ପଳାଇ ଆସିଥିଲେ। ପିତମପୁରାରେଠାରେ ବାସ କରୁଥିଲେ। ଏବେ ଲୋକ ସଭା ନିର୍ବାଚନ ପାଇଁ ଅପରାଧୀଙ୍କ ତାଲିକା ଯାଞ୍ଚ୍‌ ସମୟରେ ୩୯ ବର୍ଷ ପରେ ପୋଲିସ ତୋଲିଆଙ୍କୁ ଗିରଫ କରିଛି। ଏନେଇ ଥାନା ଅଧିକାରୀ ନରେନ୍ଦ୍ର ରଘୁବଂଶୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏବେ ତୋଲିଆଙ୍କୁ ୬୪ ବର୍ଷ ବୟସ।

Share