ଯୁବତୀଙ୍କୁ ଅଶ୍ଳୀଳଇଙ୍ଗିତ, ଅଭିଯୁକ୍ତ ଗିରଫ

ଆସିକା,୨୦ା୧୦(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ଜଣେ ଯୁବତୀଙ୍କୁ ଅଶ୍ଳୀୟଇଙ୍ଗିତ ଅଭିଯୋଗରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପ୍ରଫୁଲ୍ଲ ରଣା (୬୦)। ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଯୁବତୀ ଜଣକ ଆଳୁ କିଣିବା ଲାଗି ଦୋକାନକୁ ଯାଇଥିଲେ। ଅଭିଯୁକ୍ତ ଜଣକ ସେଠାରେ ତାଙ୍କୁ ଅଶ୍ଳୀୟ ଇଙ୍ଗିତ କରିଥିଲେ। ଘଟଣାକୁ ନେଇ ଯୁବତୀ ଆସିକା ପୋଲିସରେ ଅଭିଯୋଗ କରିଥିଲେ। ନଂ.୩୮୫/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରବିବାର ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।