ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ

ବଡ଼ଗାଁ, ୧୯।୬ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରତାରଣା କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ୨୦୧୫ରୁ ଯୁବତୀଙ୍କ ସହିତ ଚାବୁରୀ ଗ୍ରାମର ସମୀର ସୁନାନୀଙ୍କ ପ୍ରେମ ସମ୍ପର୍କ ଥିଲା। ସମ୍ପୃକ୍ତ ଯୁବକ ଯୁବତୀଙ୍କୁ ନେଇ କୁରେଇବଗା ଗ୍ରାମରେ ଥିବା ଭିଣୋଇ ଘରେ ୪ଥର ରଖିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ବିବାହ କରିବାକୁ ଯୁବତୀ ଅଡି ବସିବାରୁ ଧରାଛୁଆଁ ଦେଇ ନ ଥିଲେ। ଫଳରେ ଯୁବତୀ ଜାତି ସମାଜର ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଯୁବକ ପ୍ରେମ ସମ୍ପର୍କ ଥିବା ଓ ତାଙ୍କ ସହିତ ଅନେକ ସ୍ଥାନ ବୁଲିଯାଇଥିବା ସ୍ବୀକାର କରିଥିଲେ ମଧ୍ୟ ବିବାହ କରିବାକୁ ମନା କରିଦେଇଥିଲେ। ଫଳରେ ଯୁବତୀ ବାଧ୍ୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share