ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୧ା୧୧-ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପ୍ରତାରଣା କରିଥିବା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି। ସେ ହେଲେ କାମ୍ପସାହିର ପଞ୍ଚାନନ ଗୌଡ଼। ମାମଲା ନଂ.୨୩୩/୧୯ ଅନୁସାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ପଞ୍ଚାନନ ଅନ୍ୟ ଜିଲାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ଆଣି ସୋମନାଥନଗରରେ ଘରଭଡା ନେଇ ରହିଥିଲେ। ଏପରିକି ତାଙ୍କଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ କୌଶଳକ୍ରମେ ନେଇଯାଇଥିଲେ। ସମ୍ପୃକ୍ତ ଯୁବତୀ ଉକ୍ତ ଟଙ୍କା ମାଗିବାରୁ ପଞ୍ଚାନନ ମାରପିଟ କରିବା ସହ ଚାଲିଯିବାକୁ କହିଥିଲେ। ପରେ ସେ ଯୁବତୀଙ୍କୁ ଛାଡି କେଉଁଆଡେ ପଳାଇ ଯାଇଥିଲେ। ଯୁବତୀ ଜଣକ ତାଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ଜବାବ ମିଳି ନ ଥିଲା। ତେଣୁ ଏ ନେଇ ସେ ଟାଉନ ଥାନାରେ ଏତଲା ଦେଇଥିଲେ।

Share