Categories: ଫୁରସତ

ଯୁବତୀଙ୍କ ଅଧିକ ପସନ୍ଦ ଚଷମା ପିନ୍ଧୁଥିବା ଯୁବକ…

ପ୍ରେମ ଏକ ସ୍ବର୍ଗୀୟ ଅନୁଭୁତି। ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଯୁବତୀମାନେ ପ୍ରେମ ପାଇଁ ଯୁବକଙ୍କ ପାଖରେ କେତେକ ନିଦ୍ଦିଷ୍ଟ ଗୁଣ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ସାଧାରଣତଃ ଚଷମା ପିନ୍ଧୁଥିବା ଯୁବକଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି ବୋଲି ପରଫେକ୍ଟ ଗ୍ଲାସ୍‌ ଡଟ୍‌ କୋ ଡଟ୍‌ ୟୁକେ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚଷମା ପିନ୍ଧୁଥିବା ଯୁବକ ବେଶ୍‌ ମାର୍ଜିତ ଦେଖାଯାଇଥାନ୍ତି। ଅନ୍ୟମାନଙ୍କ ତୁଳନାରେ ସେମାନେ ଅଧିକ ଯତ୍ନଶୀଳ ହେବା ସହିତ ନମ୍ର ସ୍ବଭାବର ହୋଇଥାନ୍ତି ବୋଲି ସ୍ଥଳ ବିଶେଷରେ ଯୁବତୀମାନେ ଭାବନ୍ତି। ସେମାନେ ଜୀବନରେ ଡିସିପ୍ଲିନ୍‌କୁ ଗୁରୁତ୍ୱ ଦେଇଥାନ୍ତି। ସେହିପରି ସେମାନେ କାହା ମନରେ କଷ୍ଟ ଦେବାକୁ ଚାହିଁ ନ ଥାନ୍ତି। ଏସବୁ ଗୁଣକୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି। ଚଷମା ପିନ୍ଧିଲେ ବ୍ୟକ୍ତିତ୍ୱ ବୃଦ୍ଧି ହୋଇଥାଏ ବୋଲି ଯୁବତୀମାନେ ଭାବିଥାନ୍ତି। ତେଣୁ ଏଭଳି ଯୁବକଙ୍କ ସହିତ ଜୀବନ ବିତାଇବା ପାଇଁ ଯୁବତୀମାନେ ପସନ୍ଦ କରନ୍ତି। ତେବେ ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭାବେ ସମସ୍ତ କ୍ଷେତ୍ରରେ ପ୍ରତିଫଳିତ ହୋଇ ନ ଥାଏ ବୋଲି ପରଫେକ୍ଟ ଗ୍ଲାସ୍‌ ଡଟ୍‌ କୋ ଡଟ୍‌ ୟୁକେ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗବେଷଣା କିଛି ଯୁବତୀ-ଯୁବକଙ୍କ ନିଜସ୍ବ ମତାମତ ଉପରେ ପ୍ରସ୍ତୁତ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

Share