ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୋଡା ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ଯୋଡ଼ା, ୨୨।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ଅଶ୍ଳିଳ ଭିଡିଓ ଭାଇରାଲ ହୋଇଛି। ପୋଲିସ ଏହାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ଏନେଇ କୌଣସି ସୂଚନା ଦେଇନାହିଁ। ଭିଡିଓ ଭାଇରାଲ ହେବା ଘଟଣା ଜାଣିବାପରେ ଯୁବତୀଙ୍କ ପରିବାର ଲୋକେ ଏନେଇ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ଜଣେ ଯୁବକଙ୍କୁ ପୋଲିସ ଡାକି ପଚରାଉଚରା କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି।