ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବହଳଦା,୨୨ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ସାନଦୁନ୍ଦୁ-ଚାପଡା ରାସ୍ତାକଡ଼ରୁ ଶୁକ୍ରବାର ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁହଁକୁ ପଥରରେ ଛେଚିି ଦାନ୍ତ ଭାଙ୍ଗି ଦିଆଯାଇଛି। ଡାହାଣ ପାର୍ଶ୍ୱ କାନ ଛିଣ୍ଡି ଯିବା ସହ କାନ ତଳେ ଗୋଟିଏ ଗଭୀର କ୍ଷତ ହୋଇଥିବାରୁ କେହି ଗୁଳି ମାରି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ା ସକାଳୁ ଶାୈଚ ପାଇଁ ଯାଇଥିବା ଗାଁ ଲୋକେ ରାସ୍ତା କଡ଼ ଏକ ମହୁଲଗଛ ତଳେ ମୃତଦେହ ପଡ଼ିିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ରାଇରଙ୍ଗପୁର ଏସଡିପିଓ ସତ୍ୟଜିତ ସାହୁ ଓ ବାରିପଦାରୁ ସାଇଣି୍ଟଫିକ୍‌ ଟିମ୍‌ ପହଞ୍ଚିି ଛାନଭିନ ଜାରି ରଖିଛନ୍ତି। ମୃତ ଯୁବତୀଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତ ଯୁବତୀଙ୍କ ଆନୁମାନିକ ବୟସ ପ୍ରାୟ ୨୧ ବର୍ଷ ହେବ। ସେ ସାଲଓ୍ବାର ଓ କୁର୍ତ୍ତା ପିନ୍ଧିଛନ୍ତି। ମୃତଦେହ ପାଖରେ ତାଙ୍କ ଚପଲ ପଡ଼ିଛି। ସ୍ଥାନୀୟ ଓ୍ବାର୍ଡସଭ୍ୟା ଯମୁନା ହେମ୍ବ୍ରମଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୭/୧୯) ରୁଜୁ କରିଛି।