ଯୁବତୀ ଅପହରଣ ଘଟଣା: ଏସ୍‌ପି ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ଭଦ୍ରକ ଅଫିସ,୧୨।୨: ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଉକ୍ତ ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଇତିମଧ୍ୟରେ ଚାରିମାସ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କୁ ଉଦ୍ଧାର କରାଯାଇ ନ ଥିବା ଯୋଗୁ ବୁଧବାର ତାଙ୍କ ପରିବାର ସଦସ୍ୟ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସେମାନେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।