ଯୁବତୀ ଚାଲାଣକାରୀ ଗିରଫ

ଲହୁଣୀପଡା, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରୁ ଯୁବତୀ ଚାଲାଣ କରୁଥିବା ଦଲାଲଙ୍କୁ ପୋଲିସ କରିଛି। ଯୁବତୀ ଚୋରା ଚାଲାଣର ଦଲାଲଙ୍କୁ ଦୀର୍ଘ ୮ମାସ ପରେ ଚାନ୍ଦିପୋଷ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁସୁମ ଟୋଲା ଗ୍ରାମର ଫେକୁ ଲୋହାରଙ୍କ ପୁଅ ରାମ ଲୋହାର (୩୫) ନିକଟସ୍ଥ ହତିଅଡା ଗ୍ରାମ ତୁରିଟୋଲା ଗ୍ରାମର ଜନୈକା ଯୁବତୀଙ୍କୁ ଦିଲ୍ଲୀରେ ଚାକିରୀ କରେଇଦେବା ପ୍ରଲୋଭନ ଦେଖାଇ ଦିଲ୍ଲୀକୁ ନେଇ ଘରୋଇ କାର୍ଯ୍ୟରେ ନିୟୋଜିତ କରି ମୋଟାଅଙ୍କର ଅର୍ଥ ନେଇଯାଇଥିବା ଯୁବତୀଙ୍କ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଯୁବତୀକୁ ଉଦ୍ଧାର କରି ପରିବାରରେ ଜିମା ଦେଇଥିଲେ। ସେହିଦିନ ଠାରୁ ଯୁବତୀ ଚୋରା ଚାଲାଣ ଦଲାଲ ରାମ ଲୋହାର ଫେରାର ହୋଇଯାଇଥିଲେ। ନିଜକୁ କିଶୋର ତିର୍କୀର ପରିଚୟ ଦେଇ କୁଆଁରମୁଣ୍ଡା ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଚାନ୍ଦିପୋଷ ପୋଲିସ ମଙ୍ଗଳବାର ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରି ରାମ ଲୋହାରଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଘଟଣାଟି କିଛି ମାସ ପୂର୍ବେ ଘଟିଥିଲା । ଉକ୍ତ ଯୁବତୀ ସହିତ ଫୋନ ଯୋଗେ କଥାବାର୍ତ୍ତା କରି ଚାକିରୀ ସହିତ ବିଭିନ୍ନ ପ୍ରଲୋଭନ ଦେଖାଇ ତାକୁ ଫୋନଯୋଗେ ଚମ୍ପଝରଣ ମନ୍ଦିରକୁ ଡାକିଥିଲେ। ସେଠାରୁ ଏକ ଅଟୋ ଯୋଗେ ରାଉରକେଲା ଓ ରାଉରକେଲାରୁ କୁଅଁାରମୁଣ୍ଡା ନେଇ ରଖିଥିଲେ। ପରେ ଉତ୍କଳ ଏକ୍ସପ୍ରେସରେ ଦିଲ୍ଲୀ ନେଇ ଜଣଙ୍କ ଘରେ ଛାଡିଦେଇ ପଲେଇ ଆସିଥିଲା । ଫଳରେ ଘଟଣା ସମ୍ପର୍କରେ ଯୁବତୀ ଜଣକ କୌଣସି ମତେ ପରିବାରକୁ ଜଣେଇବା ପରେ ପରିବାର ଲୋକ ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Share