Advertisement

ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!

ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି ପଡିଛନ୍ତି। ହେଲେ ବ୍ରିଟେନର କେତେଜଣ ବୈଜ୍ଞାନିକ କରୋନା ଚିକିତ୍ସା ପାଇଁ ଯେଉଁ ଉପାୟ ଚିନ୍ତା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ କହିଛନ୍ତି ଦେଶର ଯୁବବର୍ଗଙ୍କୁ କରୋନା ଭାଇରସ ଦ୍ୱାରା ସଂକ୍ରମଣ କରି ବରିଷ୍ଠ ନାଗରିକଙ୍କୁ ବଞ୍ଚାଇ ହେବ। ଏମିତି ହେଲେ ଆମେ କରୋନା ଯୁଦ୍ଧରେ ବିଜୟୀ ହେବା ବୋଲି ବୈଜ୍ଞାନିକମାନେ କହିଛନ୍ତି। ଲକ୍‌ଡାଉନ୍‌ ବ୍ୟତୀତ ଏହା ସବୁଠାରୁ ଭଲ ବିକଳ୍ପ ବୋଲି ସେମାନେ ମତ ଦେଇଛନ୍ତି। କରୋନା ସଂକ୍ରମଣ ପାଇଁ ଆମେ ଯୁବବର୍ଗଙ୍କୁ ଖୋଲା ଛାଡି ଦେବା ସହ ବରିଷ୍ଠ ନାଗରିକଙ୍କୁ ଘରେ ବନ୍ଦ କରିବା ରଖିବା। ୟୁନିଭର୍ସିଟି ଅଫ୍‌ ଏଡିନବର୍ଗର ବୈଜ୍ଞାନିକମାନେ ଏମିତି ଏକ ଉପାୟ ଚିନ୍ତା କରିଥିବା ଜଣାପଡିଛି। ସୋସିଆଲ ଡିଷ୍ଟାନସିଂର ଏକ ଏକ ବିକଳ୍ପ ଉପାୟ ବୋଲି ଏମାନେ କହିଥିବା କୁହାଯାଉଛି। ବୈଜ୍ଞାନିକଙ୍କ ମତରେ ଏହି ରୋଗରେ ଯୁବବର୍ଗ ସଂକ୍ରମିତ ହେଲେ ସେମାନଙ୍କର ଭଲ ହେବା ଆଶା ଅଧିକ ରହିଥାଏ। ଏହି ପଲିସି ଆଧାରରେ ଯୁବବର୍ଗ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଏମାନଙ୍କ ଶରୀରରେ ଭାଇରସ ସହ ଲଢିବାକୁ ରୋଗ ପ୍ରତିରୋଧକ କ୍ଷମତା ଉତ୍ପନ୍ନ ହୋଇଥାଏ। ଏହାଦ୍ୱାରା ବହୁ ସଂଖ୍ୟାରେ ଲୋକଙ୍କ ରୋଗ ପ୍ରତିରୋଧି ହୋଇଯିବେ। ଆଉ ଘରେ ଥିବା ବରିଷ୍ଠ ନାଗରିକମାନେ ସଂକ୍ରମଣ କବଳରୁ ବଞ୍ଚିଯିବେ ବୋଲି ଉକ୍ତ ବୈଜ୍ଞାନିକମାନେ କହିଥିବା ସୂଚନା ମିଳିଛି। ଏଭଳି ଉପାୟ ଦ୍ୱାରା ମହାମାରୀର ପୁଣିଥରେ ପ୍ରତ୍ୟାବର୍ତ୍ତନକୁ ମଧ୍ୟ ସହଜରେ ଏଡାଇ ଦିଆଯାଇ ପାରିବ ବୋଲି ସେମାନେ ମତ ଦେଇଥିବା ପ୍ରକାଶ। ବିଶେଷଜ୍ଞଙ୍କ କହିବା କଥା ହେଲା ଏହି ମାହାମାରୀ ଉପରେ ଆମେ ସେତେବେଳେ ବିଜୟ ଲାଭ କରିବା ଯେତେବେଳେ ଜନତାଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସେହି ସ୍ତରରେ ପହଞ୍ଚିଥିବ ଯେଉଁ ସ୍ତରରେ ଭାଇରସର ରିପ୍ରଡକସନ୍‌ ଦର କମି ଯାଇଥିବା। ଅର୍ଥାତ୍‌ ଜଣେ ସଂକ୍ରମିତ ଖୁବ୍‌ କମ୍‌ ଲୋକଙ୍କୁ ସଂକ୍ରମଣ କରିପାରୁଥିବ। ବୈଜ୍ଞାନିକଙ୍କ ମତରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଲେ ଭାଇରସ ଆମର କିଛି କ୍ଷତି କରିପାରିବ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share