Categories: ଖେଳ

ଯୁବରାଜ କ୍ରିକେଟର ଜଣେ ଯୋଦ୍ଧା: ଅମିତ ଶାହ

ନୂଆଦିଲ୍ଲୀ, ୧୧।୬: ଭାରତୀୟ କ୍ରିକେଟ ଦଳର ବାମହାତୀ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଯୁବିଙ୍କ ଅବସର ପରେ ତାଙ୍କୁ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର୍‌ ଏବଂ ରାଜନେତା ତାଙ୍କୁ ଭବିଷ୍ୟତ ଶୁଭକାମନା ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ ଯୁବରାଜଙ୍କୁ
କ୍ରିକେଟର ଜଣେ ଯୋଦ୍ଧା ଭାବେ ଅଭିହିତ କରିଛନ୍ତି। ଟୁଇଟରରେ ସେ କହିଛନ୍ତି, ଯୁବରାଜ ଜଣେ ବୋଲର, ବ୍ୟାଟ୍ସମ୍ୟାନ୍‌ ଏବଂ ଫିଲ୍ଡର ଭାବେ ଭାରତୀୟ ଦଳରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ଜଣେ ଭାରତୀୟ କ୍ରିକେଟର ଆଇକନ୍‌ ଥିଲେ ବୋଲି ଶାହ କହିଛନ୍ତି। ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି ବୋଲି ସେ କହିଛନ୍ତି।

Share