Categories: ଖେଳ

ଯୁବରାଜ ସିଂଙ୍କୁ କଫି ପିଇବାର ପ୍ରତିଶ୍ରୁତି ଦେଇ ଠିକଣା ଦିନ ଫୋନ୍‌ ଅଫ୍‌ ରଖୁଥିଲେ ଏହି ଯୁବତୀ

ଅନେକ ଦିନ ପର୍ଯ୍ୟନ୍ତ ପରଦା ପଛରେ ସମ୍ପର୍କକୁ ଲୁଚାଇବା ପରେ କ୍ରିକେଟର୍‌ ଯୁବରାଜ ସିଂ ଏବଂ ହାଜେଲ କିଚ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁଦିନ ଧରି ପ୍ରୟାସ କଲା ପରେ ଶେଷରେ ହାଜେଲଙ୍କୁ ବାହାଘର ପାଇଁ ମନାଇପାରିଥିଲେ ବୋଲି କହିଥିଲେ। ଦୀର୍ଘ ତିନି ବର୍ଷ କଫି ପିଇବା ବାହାନାରେ ଏକାନ୍ତରେ କିଛି ସମୟ କାଟିବାର ମୁଁ ପ୍ରୟାସ କରିଥିଲି। ହାଜେଲ ମେସେଜ କରି ପ୍ରତିଶ୍ରୁତି ଦିଅନ୍ତି ହେଲେ ପ୍ରତିଥର ସେହି ଦିନ ଓ ସମୟରେ ତାଙ୍କ ଫୋନ ବନ୍ଦ ହୋଇଯାଏ। ବହୁ କଷ୍ଟରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ହାଜେଲଙ୍କ ସହ ମିଶିବାର ସୁଯୋଗ ପାଇଥିଲେ ଯୁବି। ତେବେ କ୍ରିକେଟ ବିଷୟରେ କୌଣସି ଆଗ୍ରହ ରଖୁ ନ ଥିବା ହାଜେଲ ଯୁବରାଜଙ୍କ କୃତିତ୍ୱ ଓ ସଫଳତା ବିଷୟରେ ସଂପୂର୍ଣ୍ଣ ଅଜ୍ଞ। କେଉଁ ଦଳ ବିପକ୍ଷରେ ଯୁବି ୬ ବଲ୍‌ରେ ୬ଟି ଛକା ମାରିଛନ୍ତି ବୋଲି ପ୍ରଶ୍ନ ହେବାରୁ ଏହାର ଉତ୍ତର ଦେବାରେ ଅକ୍ଷମତା ଦେଖାଇଥିଲେ ହାଜେଲ। ଯେତେବେଳେ ଜାଣିଲେ ଇଂଲଣ୍ଡ ଦଳ ବିପକ୍ଷରେ ୟୁବି ଏହି କୃତିତ୍ୱ ହାସଲ କରିଛନ୍ତି, ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହାଜେଲ। କାରଣ ସେ ନିଜେ ଜଣେ ବ୍ରିଟିଶ ନାଗରିକ।

Share