ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କୁ ତାଙ୍କ ଭାଉଜ କ୍ଷମା ମାଗିଛନ୍ତି। ଯୁବରାଜ ଏବଂ ତାଙ୍କ ପରିବାର ନାଁରେ ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ ତାଙ୍କ ଭାଉଜ ଆକାଂକ୍ଷା । ମାମଲା ବହୁତ ଦିନ ଧରି କୋର୍ଟରେ ଚାଲିବା ପରେ ଶେଷରେ ଯୁବରାଜ, ଭାଇ ଏବଂ ତାଙ୍କ ମା’ଙ୍କୁ ସେ କ୍ଷମା ମାଗିଛନ୍ତି। ତାଙ୍କ ଦ୍ୱାରା ରୁଜୁ କରାଯାଇଥିବା ମାମଲା ସବୁ ମିଛି ଥିଲା ବୋଲି ଆକାଂକ୍ଷା କହିଛନ୍ତି। ପୂର୍ବରୁ ଯୁବରାଜଙ୍କ ଭାଇ ଜୋରାବର ଏବଂ ଅକାଂକ୍ଷାଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଛି। ସୂଚନାଯୋଗ୍ୟ, ୨୦୧୭ରେ ଯୁବରାଜ ଏବଂ ତାଙ୍କ ପରିବାରକୁ ବଦନାମ ରକିବା ପାଇଁ ଆକାକ୍ଷାଂ ସେମାନଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହାର କୌଣସି ପ୍ରମାଣ ନ ମିଳିପାରିବୁ ବାଧ୍ୟ ହୋଇ ସେ କ୍ଷମା ମାଗିଛନ୍ତି।