Categories: ଖେଳ

ଯୁବରାଜ ସିଂଙ୍କ ଭଉଣୀ ରିତିକାଙ୍କୁ କେମିତି ପ୍ରେମ କରି ବସିଥିଲେ ରୋହିତ୍‌ ଶର୍ମା

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଯଦିଓ ରିତିକା ଯୁବିଙ୍କ ନିଜ ଭଉଣୀ ନୁହନ୍ତି। ତଥାପି ପ୍ରତିବର୍ଷ ସେ ତାଙ୍କ ହାତରେ ରାଖୀ ବାନ୍ଧିଥାନ୍ତି। ରୋହିତଙ୍କୁ ବିବାହ କରିବା ପୂର୍ବରୁ ରିତିକା ସ୍ପୋଟର୍‌ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଉଭୟ ଯୁବି ଏବଂ ରୋହିତ ରିତିକାଙ୍କ କ୍ଲାଏଣ୍ଟ ଥିଲେ। ଦିନେ ଯୁୁବି ରିତିକାଙ୍କୁ କଳେଇ ଭଉଣୀ ବୋଲି ଆଖ୍ୟା ଦେଇଥିଲେ। ସେବେଠୁ ପ୍ରତିବର୍ଷ ପୂର୍ଣ୍ଣିମାରେ ତାଙ୍କ ହାତରେ ରାଖୀ ବାନ୍ଧିଥାନ୍ତି ରିତିକା। ରିତିକା ଯୁବରାଜଙ୍କ ଭଉଣୀ ହେବା ପରେ ରୋହିତଙ୍କ ସହ ତାଙ୍କ ସମ୍ପର୍କ ଆହୁରି ଦୃଢ ହୋଇଥିଲା। ବନ୍ଧୁତାରୁ ପ୍ରେମ ଆଉ ତାପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଯୁବରାଜ ଉକ୍ତ ବିବାହର ୯ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରି କହିଥିଲେ, ରୋହିତ ରିତିକାଙ୍କୁ ହିଁ ବିବାହ କରିବେ। ଯାହା ଶେଷରେ ସତ ହୋଇଥିଲା।

Share