ଯୁବସମାଜ ଓ ସାମାଜିକ ଗଣମାଧ୍ୟମ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଯୁବସମାଜ ସର୍ବଦା ପରିବର୍ତ୍ତନ ଏବଂ ନୂତନତାକୁ ଆପଣେଇ ନେବାରେ ସିଦ୍ଧହସ୍ତ। ବିଗତ ଦୁଇ ଦଶନ୍ଧି ଧରି ଏଭଳି ଏକ ନୂତନତା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ପ୍ରବେଶ କରିଯାଇଛି, ଯାହାକୁ ବ୍ୟବହାର ନ କରି ଆମ ଯୁବସମାଜ ଦିନେ କ’ଣ ମୁହୂର୍ତ୍ତେ ମଧ୍ୟ ରହିପାରିବ ନାହିଁ। ହଁ, ସେ ହେଉଛି ‘ସୋସିଆଲ ମିଡିଆ’ ( ସାମାଜିକ ଗଣମାଧ୍ୟମ)। ଏହା ଆମ ଯୁବପିଢ଼ିଙ୍କୁ ବହୁତ ପ୍ରଭାବିତ କରିଛି। ସବୁ ଜିନିଷ ଭଳି ସୋସିଆଲ ମିଡିଆର ମଧ୍ୟ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ରହିଛି। ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଏହାର ମାତ୍ରାଧିକ ବ୍ୟବହାର ଶାରୀରିକ, ମାନସିକ ଭାବରେ କ୍ଷତି ପହଞ୍ଚାଉଛି ଜାଣି ସୁଦ୍ଧା ଏହାକୁ ଦୂରେଇଦେବା ସେମାନଙ୍କ ପକ୍ଷରେ ଅସମ୍ଭବ l
ତେବେ ସୋସିଆଲ ମିଡିଆର ସଦ୍‌ବ୍ୟବହାର ହେଉଥିବା କିଛି ବିଷୟବସ୍ତୁ ଉପରେ ଆଲୋକପାତ କରାଯାଉ। ଏହା ବର୍ତ୍ତମାନର ଯୁବବର୍ଗଙ୍କୁ ଦେଶବିଦେଶରେ ଘଟିଯାଉଥିବା ଘଟଣା ସହିତ ପରିଚିତ କରାଏ। ଭୌତିକ ଭାବରେ ସବୁ ସ୍ଥାନରେ ଉପସ୍ଥିତ ନ ହୋଇ ମଧ୍ୟ ସେମାନେ ଅନେକ ଲୋକଙ୍କ ସହିତ ମିଶିପାରୁଛନ୍ତି ଏବଂ ଆଧୁନିକତା ସହିତ ତାଳ ମିଳେଇ ଚାଲିପାରୁଛନ୍ତି। ମାତ୍ର ଗୋଟିଏ ବଟନ ସାହାଯ୍ୟରେ ପୃଥିବୀର କୋଣ ଅନୁକୋଣରେ ଥିବା ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ସମ୍ଭବ ହେଉଛି। ଲକ୍ଷ ଲକ୍ଷ କିଲୋମିଟର ଦୂରତା ଉପରେ ସେତୁଭଳି କାମକରି ଏହା ଦ୍ୱାରା ପରସ୍ପର ସମ୍ପର୍କକୁ ଶକ୍ତିଶାଳୀ ଏବଂ ଅତୁଟ ରଖାଯାଇପାରିଛି। ଅଧିକରୁ ଅଧିକ ନିଯୁକ୍ତିର ସୁଯୋଗ ଓ ସୁବିଧା ଫଳରେ ଯୁବସମାଜ ମଧ୍ୟରେ ବେକାରି ସମସ୍ୟା ଦୂରୀଭୂତ ହୋଇପାରୁଛି। ନିଜକୁ ପ୍ରକାଶ କରିବାର ସବୁଠାରୁ ବଳିଷ୍ଠ ମାଧ୍ୟମ ହେଉଛି ସୋସିଆଲ ମିଡିଆ। ଏହା ସହିତ ବ୍ୟବସାୟ, ବିଜ୍ଞାପନ, କିଣାବିକାରେ ସୁବିଧା ଏବଂ ରୋଜଗାର ପାଇଁ ମଧ୍ୟ ଏହା ସୁଯୋଗ ଯୋଗାଇ ଦେଉଛି। ଆଗେ ଖବର ଜାଣିବା ପାଇଁ ଲୋକେ ଖବରକାଗଜ ପଢୁଥିଲେ, କିନ୍ତୁ ଏବେ ଏହା ସହଜରେ ସୋସିଆଲ ମିଡିଆରେ ମିଳିଯାଉଛି। ଅଳ୍ପ ସମୟ ଭିତରେ ବହୁତ ଖବର ପାଇପାରୁଥିବାରୁ ପୃଥିବୀର ୫o% ଲୋକ ସୋସିଆଲ ମିଡିଆରୁ ହିଁ ଖବର ପଢ଼ିଥାନ୍ତି।
ଏବେ ସୋସିଆଲ ମିଡିଆର ଆପତ୍ତିଜନକ ଦିଗ ବିଷୟରେ ଉଲ୍ଲେଖ କରାଯାଉ। ଦୁନିଆଯାକର ଲୋକଙ୍କ ସହିତ ଅତି ସହଜରେ ଯୋଡ଼ି ଦେଉଥିବା ସୋସିଆଲ ମିଡିଆ ବ୍ୟକ୍ତିକୁ ନିଜ ଘରଲୋକଙ୍କଠାରୁ ଦୂରେଇଦେଉଛି। ଆମ ଯୁବସମାଜ ଖାଲି ପରିବାର ନୁହେଁ ପାଠ, ଖେଳକୁଦ ଆଦି ପ୍ରତି ଅମନଯୋଗୀ ହେଉଛନ୍ତି। ଧୀରେ ଧୀରେ ଏହାର ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆବେଗାତ୍ମକ କୁପ୍ରଭାବ ଯୁବପିଢ଼ିଙ୍କୁ ବିଷାଦ, ବ୍ୟଗ୍ରତା ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟକୁ ଠେଲିଦେଉଛି। ଫେସ୍‌ବୁକ, ଟୁଇଟର, ହ୍ବାଟ୍ସଆପରେ ସଂକ୍ଷେପରେ ଲେଖି ଲେଖି ପିଲାମାନେ ଭାଷାଗତ ଏବଂ ବନାନଗତ ତ୍ରୁଟି କରୁଛନ୍ତି। ନିଜ ସୁବିଧା ଓ କୌତୁକ ପାଇଁ ଗୁଡ଼ାଏ ଇମୋଜି ଓ ଚିହ୍ନର ବ୍ୟବହାର ଦ୍ୱାରା ଭାଷାର ପ୍ରକୃତ ବ୍ୟବହାର ନ ହୋଇ ଅନେକ ଅପଶବ୍ଦ ଦ୍ୱାରା ଭାଷା କଳୁଷିତ ହେଉଛି।
୧୮ ବର୍ଷରୁ କମ୍‌ ବୟସ୍କ ପିଲାମାନେ ଅନ୍‌ଲାଇନ ପ୍ରେମ ସମ୍ପର୍କ ରଖି ନାନା ଅସଦାଚରଣର ଶିକାର ହେଉଛନ୍ତି। ଏହା ବ୍ୟତୀତ ସାଇବର କ୍ରାଇମ୍‌ ମଧ୍ୟ ଏହାର ଏକ ବଡ଼ ବିପଜ୍ଜନକ ପାର୍ଶ୍ୱ। ବ୍ୟକ୍ତିଗତ ଦସ୍ତାବିଜ ଚୋରି, ଆକାଉଣ୍ଟରୁ ଟଙ୍କା ଚୋରି, ନକଲି ପରିଚୟ ସହିତ ଯୌନଶୋଷଣ ଶିକାର ହୋଇ ହଇରାଣ ହେବାର ବି ଅନେକ ନଜିର ରହିଛି। ଅନୁଧାବକମାନେ ଭଲ ଅପେକ୍ଷା ଯୁଦ୍ଧ, ଶତ୍ରୁତା ଏବଂ ହିଂସାତ୍ମକ ଖବରକୁ ବେଶି ପ୍ରୋତ୍ସାହନ ଦେଇ ଆଦୃତି ଦେଉଛନ୍ତି, ଯାହା ଯୁବଗୋଷ୍ଠୀଙ୍କୁ ମାନସିକ ସ୍ତରରେ ବିକୃତ କରିପାରେ।
ତେଣୁ ପ୍ରତି ଯୁବତୀଯୁବକ ସୋସିଆଲ ମିଡିଆର ସଦ୍‌ଗୁଣ ଓ ବଦ୍‌ଗୁଣ ଉପରେ ବିଚାର କରି ତା’ର ବହୁଳ ବ୍ୟବହାରକୁ ରୋକି ଯେତିକି ଆବଶ୍ୟକ ସେତିକି ହିଁ ବ୍ୟବହାର କରିବାର ସମୟ ଆସିଯାଇଛି। ସେହି ସମୟକୁ ନଷ୍ଟ ନ କରି ଅନ୍ୟ କିଛି ଲାଭଜନକ ବ୍ୟବସାୟ, ଅଧ୍ୟୟନ କିମ୍ବା ଉଚ୍ଚଶିକ୍ଷା ପାଇଁ ବ୍ୟବହାର କରାଯାଇପାରିବ। ପିତାମାତାଙ୍କୁ ଅନୁରୋଧ ସେମାନଙ୍କୁ ଉଚିତ ପରାମର୍ଶ ଏବଂ ଠିକ୍‌ ମାର୍ଗଦର୍ଶନ କରିବାର ଦାୟିତ୍ୱ ନେବେ। ସାମ୍ପ୍ରତିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନଜର ଦେଇ ଅଦରକାରୀ, ନକାରାତ୍ମକ ଦିଗକୁ ଅଣଦେଖା କରିବା ପାଇଁ ସତର୍କ କରିବେ। ଆମ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ସୋସିଆଲ ମିଡିଆର ଠିକ୍‌ ବ୍ୟବହାର ଏବଂ ସଂଶୋଧିତ ତଥ୍ୟକୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କଲେ ଯୁବସମାଜ ଅଧିକ ସଜାଗ ହୋଇ ଏହାର ବ୍ୟବହାର କରିବେ ଏବଂ ଶୃଙ୍ଖଳିତ ଜୀବନ ବଞ୍ଚିପାରିବେ ବୋଲି ଆଶା କରାଯାଏ।
ମୋ:୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri