Categories: ଖେଳ

ଯୁବିଙ୍କ ଟି୧୦ ପଦାର୍ପଣ

ଦୁବାଇ,୧୬।୧୧- ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଦୁବାଇ ପ୍ରିମିୟର ଟି୧୦ର ତୃତୀୟ ସଂସ୍କରଣରେ ଖେଳି ଶୁକ୍ରବାର ଟି୧୦ ଫମାର୍ଟରେ କ୍ୟାରିୟର ଆରମ୍ଭ କରିଛନ୍ତି। ଶେଖ ଜାୟେଦ କ୍ରିକେଟ ଷ୍ଟାଡିୟମରେ ନର୍ଦନ ଓ୍ବାରିଅର୍ସ ବିପକ୍ଷ ମ୍ୟାଚ୍‌ରେ ଯୁବି ମାରାଠା ଆରବିଆନ୍ସ ପାଇଁ ଖେଳିଥିଲେ। କ୍ରିସ ଲିନ୍ନ ଆଉଟ୍‌ ହେବା ପରେ ୪ର୍ଥ କ୍ରମରେ ବ୍ୟାଟିଂ ଆସିଥିଲେ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ତାଙ୍କ ବ୍ୟାଟିଂ ଦେଖିବାକୁ ଅପେକ୍ଷା କରିଥିବା ଦର୍ଶକ ଯଥେଷ୍ଠ ଏଣ୍ଟରଟେନମେଣ୍ଟ ପାଇ ନ ଥିଲେ। ସେ ଆନ୍ଦ୍ରେ ରସେଲଙ୍କ ବଲକୁ ଏକ ୪ ଚୌକା ଲଗାଇଥିଲେ। ପରବର୍ତ୍ତୀ ୪ ବଲରେ ୨ ରନ୍‌ କରିଥିଲେ। ୬ଷ୍ଠ ବଲକୁ ଲଙ୍ଗ୍‌ ଅନ ଅଞ୍ଚଳକୁ ଉଠାଇ ମାରିବାକୁ ଯାଇ ରୟାଦ ଏମରିଟଙ୍କ ହାତରେ ଧରା ପଡ଼ିଥିଲେ। ୩୭ ବର୍ଷୀୟ କ୍ରିକେଟର ମୋଟ ଉପରେ ୬ ବଲରେ ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମରାଠା ଦଳ ୧୦ ଓଭରରେ ୬ ଉଇକେଟ ହରାଇ ୮୮ ରନ୍‌ କରିଥିଲା। ଜବାବରେ ରସେଲଙ୍କ ୨୪ ବଲରୁ ୫୮ ରନ୍‌ର ଇନିଂସ ବଳରେ ଓ୍ବାରିଅର୍ସ ୭ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା।

Share