Categories: ଖେଳ

ଯୁବ ଅଲିମ୍ପିକ୍ସ: ଅଭ୍ୟାସବେଳେ ସ୍କେଟର ଗୁରୁତର

ଲସାନ୍ନେ(ସୁଇଜରଲାଣ୍ଡ),୧୦।୧(ଏଏଫ୍‌ପି)- ଚଳିତବର୍ଷ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ଅଭ୍ୟାସ କରୁଥିବାବେଳେ ଜଣେ ସ୍କେଟର ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଅଲିମ୍ପିକ୍‌ ମୁଖ୍ୟ ଥୋମାସ ବେକ୍‌ ଗୁରୁବାର କହିଛନ୍ତି। ଆହତ ସ୍କେଟରଙ୍କୁ ମେଡିକାଲ ନିଆଯାଇଛି। ତାଙ୍କ ଜୀବନ ଏବେ ବି ବିପଦରେ ଅଛି। ମଙ୍ଗଳବାର ଭଡୋଜି ଏରିନାଠାରେ ନିର୍ଣ୍ଣାୟକ ପ୍ରାକ୍ଟିସ ସେସନବେଳେ ଜର୍ମାନୀରେ ରହୁଥିବା ୩୫ ବର୍ଷୀୟ ରୁଷିଅ ସ୍କେଟର ୫ ମିଟର (୧୬ ଫିଟ୍‌) ଉଚ୍ଚରୁ ବରଫ ଉପରେ ପଡ଼ିଯାଇଥିବା ସୁଇସ ପୋଲିସ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ଆସିଥିବା ସୂଚନା ଦିଆଯାଇଛି।

Share