ସାନଫ୍ରାନ୍ସିସ୍କୋ,୩-୮: ଆମେରିକାର ଆଇଟି କମ୍ପାନୀ ଆଇବିଏମ୍ ଯୁବ କର୍ମଚାରୀଙ୍କୁ ନେଇ ଏକ ଟିମ୍ ତିଆରି କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ଭିତରେ ପ୍ରାୟ ୧ ଲକ୍ଷ ବ୍ୟକ୍ତିଙ୍କୁ ଚାକିରିରୁ ଛଟେଇ କରିଛି। ୬୧ ବର୍ଷୀୟ ଛଟେଇ କର୍ମଚାରୀ ଜୋନାଥନ ଲାଙ୍ଗଲି ଏହି ଅଭିଯୋଗ ଆଣି କମ୍ପାନୀ ବିରୋଧରେ ଏକ ମାମଲା ଦାଏର କରିଛନ୍ତି। ମାମଲାର ଶୁଣାଣି କରୁଥିବା ରେଜିଷ୍ଟ୍ରାର୍ଙ୍କ କହିବାନୁସାରେ ଲାଙ୍ଗଲିଙ୍କ ପକ୍ଷରୁ ଆଗତ ମାମଲାରେ ଅନ୍ୟ ଜଣେ କର୍ମଚାରୀ ଏଲନ ଓ୍ବାଇଲ୍ଡ ସାକ୍ଷ୍ୟପ୍ରଦାନ କରିଛନ୍ତି। ଗତ ୫ ବଷର୍ର୍ ଭିତରେ କମ୍ପାନୀ ୫୦ ହଜାରରୁ ୧ ଲକ୍ଷ କର୍ମଚାରୀଙ୍କୁ ବୁଢ଼ା ହେବା କାରଣରୁ ଚାକିରିରୁ ବିଦା କରିଛି ବୋଲି ସେ ନିଜ ସାକ୍ଷ୍ୟପ୍ରଦାନରେ କହିଛନ୍ତି। ଆମାଜନ, ଗୁଗଲ ଓ ଫେସ୍ବୁକ୍ ସମେତ ଅନ୍ୟ କମ୍ପାନୀ ଭଳି ଆଇବିଏମ ନିଜକୁ ଏକ ଯୁବ ଟିମ୍ ନେଇ ଗଠିତ କମ୍ପାନୀ ବୋଲି ଦର୍ଶାଇବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି।