ଯୁବ ବିକାଶ ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୬।୨: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ବୁଧବାର ରାୟଗଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରାୟଗଡ଼ାବାସୀଙ୍କ ସୁରକ୍ଷା ନିମନ୍ତେ ଦୀର୍ଘ ବର୍ଷ ଧରି ସରକାରଙ୍କ ପକ୍ଷରୁ ସାଇ ଇଣ୍ଟର ନ୍ୟାଶନାଲ ଛକରୁ ବାରିଝୋଲା, ସିରିକଣା ପିତାମହଲ ଦେଇ ବାଇପାସ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ହୋଇଥିଲା । ତେବେ ପୂର୍ତ୍ତ ବିଭାଗର କୌଣସି ତ୍ରୁଟି ଯୋଗୁ ଉକ୍ତ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି ବୋଲି ଯୁବ ବିକାଶ ପକ୍ଷରୁ କୁହାଯାଇଛି । ବଳକା ରାସ୍ତାକୁ ଅଗ୍ରଗତି କରାଯାଉ ନାହିଁଏବଂ ସହରରେ ଥିବା ଓଭରବ୍ରିଜର ମରାମତି ମଧ୍ୟ କରାଯାଉନାହିଁ । ଏ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି।

Share