ତିହିଡ଼ି,୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ଅମୃତପୁର ଗ୍ରାମର ରତ୍ନାକର ଖୁଣ୍ଟିଆ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମବାସୀ ତିହିଡ଼ି ଥାନା ଘେରାଉ କରିଛନ୍ତି। ଏହା ପରେ ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମକଦ୍ଦମା ରୁଜୁକରି ସେହି ଗ୍ରାମର ଅଣବିନ୍ଦୁ ମହାନ୍ତି ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ତେବେ ହତ୍ୟା ଘଟଣାରେ ଅନ୍ୟମାନେ ସଂପୃକ୍ତ ଥିବା ଗ୍ରାମବାସୀ ଅଭଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆସନ୍ତା ୧୫ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ରମେଶ ଚନ୍ଦ୍ର ସିଂ କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।