ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶବି ଆଜି କରୋନା ଭାଇରସ ନିକଟରେ ଯେମିତି ଅସହାୟ ପାଲଟି ଯାଇଛି। ନିକଟରେ ବେଲଜିୟମରେ ଜଣେ କରୋନା ସଂକ୍ରମିତ ୯୦ ବର୍ଷୀୟା ରୋଗୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ବେଲିୟମର ୯୦ ବର୍ଷୀୟ ମହିଳା ସୁଜାନ ହୋୟଲର୍ଟସଙ୍କୁ ମାର୍ଚ୍ଚ ୨୦ରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ କୋଭିଡ-୧୯ରେ ପୀଡିତ ଥିବା ଜଣାପଡିଥିଲା। ତାଙ୍କୁ ଆଇସୋଲେଶନରେ ରଖାଯିବା ପରେ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା। ଏହାପରେ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ଯାଉଥିବା ବେଳେ ସୁଜାନ କହିଥିଲେ ମୁଁ ଭଲ ଜୀବନ ବଞ୍ଚି ସାରିଛି, ବରଂ ଏହି ଭେଣ୍ଟିଲେଟରକୁ ଯୁବରୋଗୀଙ୍କୁ ଦେଇଦିଅ। ଏହା କହିବାର ମାତ୍ର ୨ ଦିନପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସୁଜାନଙ୍କର ଏହି କାମକୁ ଅନ୍ୟମାନେ ପ୍ରଶଂସା କରୁଛନ୍ତି।

Share