ଯେଉଁଠାରେ କିନ୍ନର ହୁଅନ୍ତି ମା’

ରାଜସ୍ଥାନର ଅଜମେରରେ ଥିବା ମହମ୍ମଦ ସରିଫ ଦରଘାରେ ଘଟେ ଅନେକ ଚମତ୍କାର ଘଟଣା। ଯାହା ବିଶ୍ୱାସ ହେଉ ନ ଥିଲେ ବି ସତ ବୋଲି କୁହନ୍ତି ସ୍ଥାନୀୟ ଲୋକେ। ଏଠାରେ ବିଶେଷ କରି ନିଃସନ୍ତାନ ଦମ୍ପତିମାନେ ମାନସିକ କଲେ ସେମାନଙ୍କ ମାନସିକ ପୂରଣ ହୋଇଥାଏ ବୋଲି କୁହାଯାଏ। ଏଠାରେ ଥିବା ଏକ ଲାଲ ବୁନ୍ଦି ଗଛର ରହିଛି ଏମିତି ଚମତ୍କାରିତା। କୁହାଯାଏ ଯେଉଁ ମହିଳା ଏହି ଗଛର ଫଳ ଖାଆନ୍ତି ସେ ସନ୍ତାନ ପ୍ରାପ୍ତି କରିଥାଆନ୍ତି। ହେଲେ ଏଠାକୁ କୁଆଡେ ଅଧିକ ପରିମାଣରେ କିନ୍ନର ଆସିଥାଆନ୍ତି ବୋଲି କୁହାଯାଏ। ଜଣେ କିନ୍ନର ଏଠାରେ ଥିବା ଲାଲ ବୁନ୍ଦି ଗଛର ଫଳ ଖାଇବା ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା କହିଥିଲେ। ଏହାପରେ କିନ୍ନରମାନଙ୍କର ବିଶ୍ୱାସ ରହିଛି ଯେ ଯିଏ ଏହି ଦରଘାକୁ ଆସିବ ଆଉ ଲାଲ ବୁନ୍ଦି ଗଛର ଫଲ ଖାଇବ ସେ ମାତୃତ୍ୱ ଲାଭ କରିବାର ସୌଭାଗ୍ୟ ପାଇବ।

Share