ଯେଉଁଠି ଅଛ ସେଇଠି ଥାଅ

ନୂଆଦିଲ୍ଲୀ,୧୪ା୪: କରୋନା ସଂକ୍ରମଣଜନିତ ଲକ୍‌ଡାଉନ ଯୋଗୁ ବ୍ରିଟେନରେ ଅଟକି ରହିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ବର୍ତ୍ତମାନ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ତେଣୁ ପିଲାମାନେ ଯେଉଁଠି ଅଛନ୍ତି, ସେଇଠି ଥାଆନ୍ତୁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ କହିଛନ୍ତି। ବ୍ରିଟେନରେ ଅଟକି ଥିବା ପିଲାମାନଙ୍କୁ ଫେରାଇ ଆଣିବା ଲାଗି ଦାଏର ଦୁଇଟି ଜନସ୍ବାର୍ଥ ମାମଲାର ଶୁଣାଣି କରିବା ପରେ ସିଜେଆଇଙ୍କ ସମେତ ଜଷ୍ଟିସ୍‌ ଏଲ୍‌.ଏନ୍‌. ରାଓ ଏବଂ ଏମ୍‌.ଏମ୍‌. ଶାନ୍ତନଗୌଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ମତ ଦେଇଛନ୍ତି। ବ୍ରିଟେନରେ ୫୦,୦୦୦ ଭାରତୀୟ ଛାତ୍ରୀଛାତ୍ର ଅଟକି ରହିଛନ୍ତି। ଏତେ ସଂଖ୍ୟାରେ ପିଲାଙ୍କୁ କିପରି ଫେରାଇ ଅଣାଯିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

Share