ଯେଉଁଠି କଏଦୀଙ୍କୁ ଶୋଇବା ମନା

ଦକ୍ଷିଣ ରୁଷ୍‌ରେ ଅବସ୍ଥିତ ଏହି ଜେଲ୍‌ର ନିୟମ ଅନ୍ୟ ଦେଶର ଜେଲ୍‌ଠୁ ସମ୍ପୂର୍ଣ୍ଣ ଭିନ୍ନ। ଜେଲ୍‌ରୁ ଆଜି ପର୍ଯ୍ୟନ୍ତ କଏଦୀ ଫେରାର୍‌ ହେବା ଘଟଣା ସାମ୍ନାକୁ ଆସିନାହିଁ। ଅପରାଧୀଙ୍କୁ ଜେଲ୍‌ରୁ ସେତେବେଳେ ମୁକ୍ତି ମିଳିଥାଏ, ଯେତେବେଳେ ସେମାନଙ୍କ ମୃତ୍ୟୁ ହୁଏ। ଜେଲ୍‌ଟି ପ୍ରାୟ ୧୭୦୦ ବର୍ଷ ପୁରୁଣା। ଜେଲ୍‌ର କଠୋର ନିୟମାନୁସାରେ, ଏଠାରେ କଏଦୀଙ୍କୁ ରାତି ପାହିବାଠୁ ନେଇ ରାତି ଶୋଇବା ଯାଏ ବସିବାକୁ ଦିଆଯାଇ ନ ଥାଏ। ଏଠାରେ କଏଦୀଙ୍କ ବିଶ୍ରାମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜେଲ୍‌ର ଗୋଟିଏ କୋଠରିରେ ଏକସଙ୍ଗେ ୭୦୦ କଏଦୀଙ୍କୁ ରଖାଯାଇଥାଏ। ୨୪ ଘଣ୍ଟା ଜେଲ୍‌ରେ କଏଦୀଙ୍କ ଉପରେ କ୍ୟାମେରା ଦ୍ୱାରା ନଜର୍‌ ରଖାଯାଏ। କେବଳ ସେତିକି ନୁହେଁ, କଏଦୀଙ୍କୁ ଜେଲ୍‌ ଭିତରେ ବୁଲାବୁଲି କରିବାକୁ ଦିଆଯାଇଥିବା ବେଳେ ସେମାନଙ୍କ ଆଖିରେ କପଡ଼ା ବନ୍ଧା ହେବା ସହ ହାତରେ ହାତକଡ଼ି ପଡ଼ିଥାଏ। କଏଦୀଙ୍କୁ ସବୁବେଳେ ସେଲ୍‌ ଭିତରେ ଖାଇବାକୁ ଦିଆଯାଏ। ତେବେ ଜେଲ୍‌ର ଏହି କଡ଼ା ନିୟମ କେବଳ ନୃଶଂସ କଏଦୀଙ୍କ ପାଇଁ ରଖାଯାଇଛି। କାରଣ ଏଠାରେ ସେଭଳି କଏଦୀଙ୍କୁ ରଖାଯାଏ, ଯେଉଁମାନେ ନୃଶଂସ କାଣ୍ଡ ଘଟାଇ ଆସିଥାନ୍ତି। ସେମାନଙ୍କ କର୍ମଫଳ ଅନୁଯାୟୀ ତାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥାଏ।

Share