ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ। ସ୍ଥାନୀୟ ଧରହରା ଗାଁରେ ଝିଅଙ୍କୁ ଲକ୍ଷ୍ମୀ ଭାବରେ ଲୋକେ ଗ୍ରହଣ କରିଥାନ୍ତି। ପରିବାରରେ କନ୍ୟା ସନ୍ତାନ ଜନ୍ମ ହେଲେ ସଭିଏଁ ଆନନ୍ଦିତ ହୋଇଥାନ୍ତି। ଗାଁରେ ଏଥିପାଇଁ ସମ୍ପୃକ୍ତ ପରିବାର ପକ୍ଷରୁ ଭୋଜିଭାତର ଆୟୋଜନ ହୋଇଥାଏ। ଏଭଳି ପରମ୍ପରା ଏଠାରେ ପ୍ରାୟ ୩ ଶହରୁ ଅଧିକ ବର୍ଷ ଧରି ପ୍ରଚଳିତ ହୋଇଆସୁଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି। ଝିଅଜନ୍ମ ହେଲେ ଖୁସିରେ ପରିବାର ସଦସ୍ୟ ବିଭିନ୍ନ ଫଳ ବୃକ୍ଷଚାରା ରୋପଣ କରନ୍ତି। କେହିକେହି ଶହେ ୧୧ଟି ବୃକ୍ଷଚାରା ମଧ୍ୟ ରୋପଣ କରିଥାନ୍ତି। ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଗାଁରେ ସବୁବେଳେ ଗୁରୁତ୍ୱ ଦିଆଯାଇଥାଏ। ଏହି କାରଣରୁ ଏହି ଗାଁ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ରହିଛି।