Categories: ଫୁରସତ

ଯେଉଁଠି କାଦୁଅ ବୋଳାଯାଇ ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥାଏ। ତେବେ ଛତିଶଗଡ଼ ମାଝିଂ ଜନଜାତି ସମାଜରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ କାଦୁଅ ବୋଳି ସ୍ବାଗତ କରିଥାନ୍ତି। ଏହାକୁ ଦେଖିବାକୁ ଲୋକେ ରୁଣ୍ଢ ହୋଇଥାନ୍ତି। କାଦୁଅ ତିଆରି କରିବା ପାଇଁ ଚାଷ ଜମିର ଚିକିଟା ମାଟିରେ ପାଣି ମିଶା ଯାଇଥାଏ। ଏହାକୁ ବରଯାତ୍ରୀଙ୍କ ଦେହରେ ବୋଳା ଯାଏ। ଏହି ପରମ୍ପରାକୁ ଏଠାରେ ବୀରତ୍ୱର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ମେନପାଟ ଅଞ୍ଚଳରେ ରହୁଥିବା ମାଝିଂ ଜନଜାତି ସମ୍ପ୍ରଦାୟ ଏହି ପରମ୍ପରାକୁ ଅତି ପୁରାତନ କାଳରୁ ଜାରି ରଖିଛନ୍ତି। ଏହି ସମ୍ପ୍ରଦାୟରେ ୧୨ଟି ଗୋତ୍ର ରହିଛି। ତେବେ ମଇଁଷି ଗୋତ୍ର ଏବଂ ଶୁଆ ଗୋତ୍ର ମଧ୍ୟରେ ବିବାହ ଉତ୍ସବକୁ ଅତି ଆଡ଼ମ୍ବରରେ ପାଳନ କରାଯାଏ।

Share