Categories: ଫୁରସତ

ଯେଉଁଠି ଚାକିରି ପାଇବା ପାଇଁ ପ୍ରଶ୍ନର ଉତ୍ତର ନୁହେଁ ବରଂ ଦେବାକୁ ପଡିଥାଏ କଫି କପ୍‌ ଟେଷ୍ଟ

ପ୍ରାୟ ସମସ୍ତଙ୍କୁ ଚାକିରି କରିବା ପାଇଁ ସାକ୍ଷାତକାର ଦେବାକୁ ପଡିଥାଏ। ଏହି ସମୟରେ ପ୍ରାର୍ଥୀଙ୍କୁ ଅଜବ ପ୍ରଶ୍ନର ସାମ୍ନା ମଧ୍ୟ କରିବାକୁ ପଡିଥାଏ। କେବେ କେତେକ ପ୍ରଶ୍ନର ଉତ୍ତର କହିହୁଏ ତ କେବେ କହି ହୁଏନା। ତେବେ ଏପରି ଏକ କମ୍ପାନୀ ଅଛି ଯେଉଁଠି ସମ୍ପୂର୍ଣ୍ଣ ବିପରୀତ ଭାବରେ ସାକ୍ଷାତକାର ନିଆଯାଇଥାଏ। ଏଥିରେ ଅକୃତକାର୍ଯ୍ୟ ହେଲେ ବ୍ୟକ୍ତିଙ୍କୁ ବ୍ଲାକ ଲିଷ୍ଟରେ ରଖାଯାଇଥାଏ।
କ୍ଜେରୋ ଆକାଉଣ୍ଟିଂ ସଫ୍ଟଓ୍ବେର କମ୍ପାନୀର ବସ୍‌ କହିଛନ୍ତି, ନୂଆ ନିଯୁକ୍ତିପାଇଁ ସେ ପ୍ରାର୍ଥୀମାନଙ୍କ ଭିନ୍ନ ଶୈଳୀରେ ପରୀକ୍ଷା ନେଉଛନ୍ତି। ଏପରି ଏକ ଟେଷ୍ଟର ନାଁ ହେଉଛି ‘କଫି କପ୍‌ ଟେଷ୍ଟ’। ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ନ ହୋଇପାରିଲେ ସେମାନଙ୍କୁ ଚାକିରି ମିଳି ନ ଥାଏ। କାରଣ କମ୍ପାନୀ ପ୍ରଶ୍ନର ଉତ୍ତର ଅପେକ୍ଷା ବ୍ୟକ୍ତିର ଆଟିଚ୍ୟୁଡ୍‌ ଗୁରୁତ୍ୱ ଦେଇଥାଏ।
ଯେଉଁ ପ୍ରାର୍ଥୀମାନେ ଉକ୍ତ କମ୍ପାନୀକୁ ଚାକିରୀ ଉଦ୍ଦେଶ୍ୟରେ ଆସିଥାନ୍ତି ସେମାନଙ୍କୁ ତାଙ୍କ କିଚେନ୍‌କୁ ନିଆଯାଇଥାଏ। ସେଠାରେ ତାଙ୍କୁ ଏକ କଫି କପ୍‌ ଦିଆଯାଇଥାଏ। କଫି ପିଇ ସେମାନଙ୍କୁ ବାହାରକୁ ଯିବାକୁ କୁହାଯାଏ। ସେ କଫି ସାରିବା ପରେ କପ୍‌ କିଚେନ୍‌ରେ ରଖିବାକୁ ଚାହୁଁଛନ୍ତି କି ନାହିଁ ତାହା ଟେଷ୍ଟ କରାଯାଇଥାଏ। କମ୍ପାନୀର ନିୟମ ଅନୁଯାୟୀ ସ୍କିଲ୍‌ ଡେଭଲପ୍‌ ହୋଇପାରିବ, ଜ୍ଞାନ ବଢ଼ିପାରିବ ମାତ୍ର ବ୍ୟବହାର ନୁହେଁ। ଯଦି କେହି କଫି ପିଇ ସାରିବା ପରେ କପ୍‌ ଧୋଇ ଦିଅନ୍ତି ତେବେ ତାଙ୍କୁ ଚାକିରି ପକ୍କା ହୋଇଥାଏ।

Share