ଯେଉଁଠି ଚାଲେ ଭୂତଙ୍କ କୋର୍ଟ

ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା କରାଯାଉଛି, ତାହା ଦୁନିଆର ସବୁଠୁ ନିଆରା କୋର୍ଟ। କାରଣ ଏଠାରେ ମଣିଷ ନୁହଁନ୍ତି ବରଂ ଭୂତଙ୍କର ଶୁଣାଣି କରାଯାଏ। ହୁଏତ ଏ ଘଟଣାକୁ ଅନେକ ଅନ୍ଧବିଶ୍ୱାସ ବୋଲି ମାନିପାରନ୍ତି, କିନ୍ତୁ ଏହା ସତ। ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ହାଜି ବାବ ସମସୁଦ୍ଦିନ କାଦ୍ରୀଙ୍କ ଦରଗାହରେ ଏଭଳି ନିଆରା କୋର୍ଟ ଚାଲେ। ଏଠାରେ ଭୂତ ପ୍ରେତଙ୍କଠାରୁ ରକ୍ଷା ପାଇବାକୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି। କୋର୍ଟରେ ସାଧାରଣ କୋର୍ଟ ଭଳି ପୋଲିସ୍‌, ମୁନ୍‌ସୀ ଏବଂ ଓକିଲ ନିଜର ଦାୟିତ୍ୱ ନିର୍ବାହ କରୁଥାନ୍ତି। ଏହି ଅଦ୍ଭୁତ କୋର୍ଟରେ ଏକ ଘଣ୍ଟାରେ ପ୍ରାୟ ୧୦ରୁ ୧୫ଟି ମାମଲାର ଶୁଣାଣି ହୋଇଥାଏ। ଦରଗାହରେ ମୁନ୍‌ସୀ ଦାୟିତ୍ୱ ତୁଲାଉଥିବା ବ୍ୟକ୍ତିଙ୍କ ମତରେ, ଭୂତପ୍ରେତ ହାଜୀଙ୍କ କ୍ରୋଧ ଦେଖି ଖୁବ୍‌ ଭୟଭୀତ ହୋଇପଡ଼ନ୍ତି। ଏଣୁ ମଣିଷର କିଛି କ୍ଷତି କରୁଥିଲେ ଦରଗାହ ପାଖ ମାଡ଼ିବା ପୂର୍ବରୁ ଚାଲିଯାନ୍ତି। ତେବେ ପୀଡ଼ିତଙ୍କ ଯେମିତି କୌଣସି ପ୍ରକାର କ୍ଷତି ନ ହୁଏ, ସେ ଦିଗରେ ଦରଗାହରେ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଏ।

Share