ଯେଉଁଠି ଜିନ୍ସ ପିନ୍ଧିବା ମନା, ଜଗିଂ କଲେ ମିଳିବ ଦଣ୍ଡ

ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ୍‌କାନୁନ ଥାଏ। ଆଇନ୍‌ ଭୁଲ ହେଉ କି ଠିକ୍‌ ଉକ୍ତ ଦେଶର ଲୋକେ ନିୟମ ମାନି ଚଳିବା ଶିରୋଧାର୍ଯ୍ୟ। ପୂର୍ବ ଆଫ୍ରିକାରେ ବୁରୁଣ୍ଡି ନାକ ଏକ ଦେଶ ରହିଛି। ଯେଉଁଠି ଲୋକଙ୍କୁ ଜିନ୍ସ ପିନ୍ଧିବା ମନା, କେବଳ ଏତିକି ନୁହେଁ ଏଠାକାର ଲୋକଙ୍କୁ ଜଗିଂ କରିବାକୁ ମଧ୍ୟ ବାରଣ କରାଯାଇଛି। ୨୦୧୪ରେ ଏଠାକାର ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଥିଲେ। ଜିନ୍ସ ଏବଂ ଜଗିଂ ଆସାମାଜିକ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥାଏ ବୋଲି ସେ ମତ ଦେଇଥିଲେ। ସେହିପରି ଉତ୍ତର କୋରିଆରେ ନୀଳ ଜିନ୍ସ ପିନ୍ଧିବା ଉପରେ ରୋକ ଲଗାଯାଇଛି। ସିଙ୍ଗାପୁରରେ ୨୦୦୪ରୁ ଚୁଇଂଗମ୍‌ ଚୋବାଇବା ଉପରେ ମଧ୍ୟ କଟକଣା ଲାଗିଛି। ଚୁଇଂଗମ୍‌ ଖାଇଲେ ପରିବେଶ ପ୍ରଦୂଷଣ ହେଉଥିବାରୁସେଠାକାର ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।

Share