Categories: ଫୁରସତ

ଯେଉଁଠି ଟଙ୍କା ଦେଲେ ମିଳନ୍ତି ଗର୍ଲ ଫ୍ରେଣ୍ଡ

ଆଧୁନିକ ଯୁଗରେ ବୟ ଫ୍ରେଣ୍ଡ ଗର୍ଲ ଫ୍ରେଣ୍ଡ ଏକ ସାଧାରଣ ଘଟଣା। ହେଲେ ବେଳେବେଳେ କେତେଜଣ ଯୁବକ ଖୋଜିଲେ ମଧ୍ୟ ଗର୍ଲ ଫ୍ରେଣ୍ଡ ମିଳି ନ ଥାଆନ୍ତି। କିନ୍ତୁ ଚାଇନାର ଗୁଆଁଡୋଙ୍ଗରେ ଏମିତି ଏକ ଷ୍ଟୋର ରହିଛି ଯେଉଁଠି ଗର୍ଲ ଫ୍ରେଣ୍ଡ ମିଳନ୍ତି ଭଡାରେ। ଏଠାରେ ସୁନ୍ଦର ଯୁବତୀମାନେ ଲାଇନ୍‌ ହୋଇ ଠିଆ ହୋଇଥାଆନ୍ତି। ଯୁବକମାନେ ଯାହାକୁ ପସନ୍ଦ କରନ୍ତି ତାଙ୍କୁ ଗର୍ଲ ଫ୍ରେଣ୍ଡ ଭାବେ ସାଙ୍ଗରେ ନେଇ ଯାଆନ୍ତି। ଏଥିପାଇଁ ୨୦ ମିନିଟକୁ ଦେବାକୁ ପଡେ ମାତ୍ର ୧୦ ଟଙ୍କା। ହେଲେ ଏଥିପାଇଁ କେତୋଟି ସର୍ତ୍ତ ରଖାଯାଇଛି। ଷ୍ଟୋର ନିକଟରେ ହିଁ ମାତ୍ର ୨୦ ମିନିଟ୍‌ ପର୍ଯ୍ୟନ୍ତ ଜଣେ ଷ୍ଟୋରରୁ ନେଇଥିବା ଯୁବତୀଙ୍କ ସହ ସମୟ କାଟି ପାରିବେ। ପ୍ରେମାଳାପ କରିପାରିବେ। ଏହାସହ ଯଦି କେହି ଯୁବତୀଙ୍କୁ ଲଞ୍ଚ, ଡିନର ଅବା ଡେଟ୍‌ରେ ନେବାକୁ ଚାହୁଁଥାଆନ୍ତି ତେବେ ସେମାନେ ଅଧିକ ଟଙ୍କା ପଇଠ କରିବାକୁ ପଡିଥାଏ। ଏଥିପାଇଁ ପ୍ରଥମେ ଯୁବତୀଙ୍କ ଫୋନ୍‌ରେ ଏକ କ୍ୟୁଆର୍‌ କୋଡ ସ୍କାନ କରି ଅର୍ଥ ଦେବାକୁ ପଡିଥାଏ।

Share