Categories: ଫୁରସତ

ଯେଉଁଠି ଟାର୍ଗେଟ୍‌ ପୂରଣ ନ କଲେ କର୍ମଚାରୀଙ୍କୁ ଲଣ୍ଡା ହୋଇ ବୁଲିବାକୁ ପଡ଼ିଥାଏ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଏଭଳି ଏକ କମ୍ପାନୀ ବିଷୟରେ ଏବେ ଶୁଣିବାକୁ ମିଳୁଛି, ଯେଉଁଠାରେ କର୍ମଚାରୀଙ୍କୁ କାମ ବିଳମ୍ବ ହେଲେ, ଟାର୍ଗେଟ୍‌ ପୂରା କରି ନ ପାରିଲେ ପରିସ୍ରା ପିଇବାକୁ ପଡିଥାଏ। କେବଳ ସେତିକି ନୁହେଁ, ଅସରପା ବି ଖାଇବାକୁ ପଡ଼େ। ଅନେକ ସମୟରେ କମ୍ପାନୀର ସମସ୍ତ କର୍ମଚାରୀଙ୍କ ସମ୍ମୁଖରେ ବେଲ୍‌ଟରେ ମାଡ଼ ଖାଇବାକୁ ପଡ଼େ ଏବଂ ଲଣ୍ଡା ହୋଇ ବୁଲିବାକୁ ପଡ଼ିଥାଏ। ନଚେତ୍‌ ୧ ମାସର ବେତନ କାଟି ଦିଆଯାଏ। ଏଭଳି ଅଦ୍ଭୁତ ଦଣ୍ଡ ଚୀନ୍‌ର ଗୁଇଝୋଉ କମ୍ପାନୀରେ ଦିଆଯାଉଛି। କମ୍ପାନୀର ନିୟମ ମୁତାବକ, କର୍ମଚାରୀ ଅଫିସ୍‌କୁ ସମ୍ପୂର୍ଣ୍ଣ ଫର୍ମାଲ୍‌ ପୋଷାକ ପରିଧାନ କରି ନ ଆସିଲେ ୫୦ ୟାନ୍‌ ବା ଭାରତୀୟ ମୁଦ୍ରାରେ ୫୨୨ ଟଙ୍କା ଦରମାରୁ କାଟି ଦିଆଯାଏ। ଏଭଳି ଲୋମଟାଙ୍କୁରା ଦଣ୍ଡ ପାଇବା ସତ୍ତ୍ୱେ କର୍ମଚାରୀମାନେ କମ୍ପାନୀ ଛାଡ଼ି ଯିବାକୁ ନାରାଜ। ଏହାର କାରଣ କିନ୍ତୁ ଜଣାପଡ଼ିନାହିଁ।

Share