ଯେଉଁଠି ଦଶହରାରେ ରାବଣଙ୍କୁ ପୂଜା କରାଯାଏ

ଦେଶର ବିଭିନ୍ନ ସ୍ଥାନରେ ମଙ୍ଗଳବାର ହେବ ରାବଣପୋଡି। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ମଧ୍ୟପ୍ରଦେଶର ମାଣ୍ଡଲା ଜିଲାର ଡୁଙ୍ଗରିଆ ଗ୍ରାମରେ ରାବଣଙ୍କୁ ନିଜ ପୂର୍ବଜ ବୋଲି କୁହାଯାଏ। ସେଠାରେ ରାବଣଙ୍କୁ ମହାସମ୍ରାଟ୍‌, ମହାବିଦ୍ୱାନ୍‌ ଏବଂ ମହାଜ୍ଞାନୀ ଆଖ୍ୟା ଦିଆଯାଇଛି। ତେଣୁ ଦଶହରା ପର୍ବରେ ରାବଣଙ୍କୁ ପୂଜା କରାଯାଏ। ଏଠାରେ ରାବଣଙ୍କ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠି ତାଙ୍କର ଏକ ବଡ ମୂର୍ତ୍ତି ରଖାଯାଇଛି।