Categories: ଫୁରସତ

ଯେଉଁଠି ଧୂମପାନ ମାଧ୍ୟମରେ କରାଯାଏ ଚିକିତ୍ସା…

ଧୂମପାନ ଶରୀର ଲାଗି କ୍ଷତିକାରକ। ତେବେ ମଧ୍ୟପ୍ରଦେଶ ଉଜ୍ଜୟନୀରେ ଥିବା ଏକ ଆୟୁର୍ବେଦିକ୍‌ ହସ୍ପିଟାଲରେ ବିଭିନ୍ନ ରୋଗରେ ଚିକିତ୍ସାରେ ହୁକ୍କା ବ୍ୟବହୃତ ହୋଇଥାଏ । ଅଭିଜ୍ଞ ଡାକ୍ତରମାନେ ବିଭିନ୍ନ ଔଷଧୀୟ ଗୁଳ୍ମ ମିଶ୍ରିତ କରି ଏହି ହୁକ୍କା ତିଆରି କରିଥାନ୍ତି। ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମର ବ୍ୟବହାର କରାଯାଇ ହୁକ୍କା ତିଆରି ହୋଇଥାଏ। ରୋଗୀଙ୍କୁ ନିଦ୍ଦିଷ୍ଟ ମାତ୍ରାରେ ଏଭଳି ହୁକ୍କା ଟାଣିବାକୁ ଦିଆଯାଏ। ରୋଗୀ ହୁକ୍କା କେତେ ଦିନ ପର୍ଯ୍ୟନ୍ତ ଟାଣିବେ ତାହା ଡାକ୍ତରମାନେ ସ୍ଥିର କରିଥାନ୍ତି। ଏହି ହୁକ୍କା ଚିକିତ୍ସା ଦ୍ୱାରା ରୋଗୀ ରୋଗମୁକ୍ତ ହୋଇଥାନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥାନ୍ତି। ପ୍ରତିଦିନ ଏଠାକୁ ଦେଶ ବିଦେଶରୁ ରୋଗୀମାନେ ଆସିଥାନ୍ତି।

Share