Categories: ଫୁରସତ

ଯେଉଁଠି ପ୍ରତିଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ

ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଯାହାଙ୍କର ୫ ଜଣ ସ୍ବାମୀ ଥିଲେ। ହେଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଥିବା ଏକ ଗାଁ ମୁରୈନାରେ ପ୍ରତି ମହିଳାଙ୍କର ଏକାଧିକ ସ୍ବାମୀ ରହିଥିବା କଥା ଅନେକଙ୍କୁ ଜଣା ନ ଥିବ। ଏମାନେ ଜଣେ ଜଣେ ସ୍ବାମୀଙ୍କ ନିକଟରେ ନିର୍ଦ୍ଦିଷ୍ଟ କିଛି ସମୟ ପର୍ଯ୍ୟନ୍ତ ରହିଥାଆନ୍ତି। ତେବେ ଏହି ପରମ୍ପରା ବେଶୀ ପୁରୁଣା ନୁହେଁ ବୋଲି କୁହାଯାଏ। କିଛି ବର୍ଷ ପୂର୍ବେ ଗାଁଲୋକେ ଏହି ପରମ୍ପରାକୁ ପ୍ରଚଳନ କରିଛନ୍ତି। ଏହି ଗାଁରେ ଝିଅଙ୍କ ସଂଖ୍ୟା ଖୁବ୍‌ କମ୍‌। ତେଣୁ ପଞ୍ଚାୟତର ନିଷ୍ପତ୍ତି କ୍ରମେ ଯେଉଁ ଘରେ ଗୋଟିଏରୁ ଅଧିକ ପୁଅ ରହିଛନ୍ତି ସେମାନେ ଗୋଟିଏ ଝିଅକୁ ବିବାହ କରିବେ ଓ ସେହି ଝିଅ ଉପରେ ସମସ୍ତଙ୍କର ସମାନ ଅଧିକାର ରହିବ। ଜଣେ ଜଣେ ଯୁବତୀ ଏଠି ୮ ଜଣ ସ୍ବାମୀ ମଧ୍ୟ ଗ୍ରହଣ କରିଥିବା କୁହାଯାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାକାର ଝିଅ ଅବା ପୁଅ ଅନ୍ୟ ଗାଁରେ ବିବାହ ନ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି।

Share