Categories: ଫୁରସତ

ଯେଉଁଠି ପ୍ରେତାତ୍ମା କରନ୍ତି ରୋଗୀଙ୍କ ଚିକିତ୍ସା…

ବିଜ୍ଞାନଯୁଗରେ ମଣିଷ ଅନ୍ୟଗ୍ରହରେ ଜୀବଜଗତର ସନ୍ଧାନ ଖୋଜୁଥିବାବେଳେ ଏବେ ମଧ୍ୟ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ମଣିଷ ମନରେ ରହିଛି। ଏହାର ଏକ ଉଦାହରଣ ପାଲଟିଛି ଉତ୍ତରପ୍ରଦେଶ ଗୋରଖପୁରଠାରେ ଥିବା ଏକ ଅଜବ ହସ୍ପିଟାଲ। ଏଠାରେ ପ୍ରେତାତ୍ମାଙ୍କ ସହାୟତାରେ ରୋଗୀଙ୍କ ଚିକିତ୍ସା କରାଯାଇଥାଏ ବୋଲି ଲୋକେ କୁହନ୍ତି। ହସ୍ପିଟାଲ ବାହାରେ କାଦୁଅରେ ପୂର୍ଣ୍ଣ ଏକ ଖାଲ ରହିଛି। ପ୍ରଥମେ ରୋଗୀଙ୍କୁ ଏଥିରେ ବୁଡ଼ାଯାଇଥାଏ। ଏହାପରେ ଏଠାରେ ଥିବା ତାନ୍ତ୍ରିକ ରୋଗୀଙ୍କୁ ବାଡିରେ ପିଟି ଚିକିତ୍ସା ଆରମ୍ଭ କରନ୍ତି। ପିଟୁଥିବା ସମୟରେ ତାନ୍ତ୍ରିକ ବଡ଼ ପାଟିରେ ମନ୍ତ୍ର ପାଠ ମଧ୍ୟ କରିଥାନ୍ତି। ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରତିଦିନ ବହୁରୋଗୀ ଏଠାକୁ ଆସିଥାନ୍ତି। ତାନ୍ତ୍ରିକଙ୍କ ଚିକିତ୍ସାରେ ରୋଗୀ ଭଲ ହେଉଥିବା କେତେକ କହିଥାନ୍ତି। ତେବେ ରୋଗୀମାନେ କିଭଳି ରୋଗମୁକ୍ତି ହେଉଛନ୍ତି ତାହାର ଉତ୍ତର ଆଧୁନିକ ବିଜ୍ଞାନ ଏପର୍ଯ୍ୟନ୍ତ ଦେବାକୁ ସକ୍ଷମ ହୋଇପାରିନାହିଁ।

Share