ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ…

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି। ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ କନ୍ୟା ପାଦ ଆଙ୍ଗୁଳିର ନଖ ଛୁଇଁ ବରକୁ ତ୍ରିବାର ସତ୍ୟ କରିବାକୁ ହୁଏ। ବିବାହପରେ କନ୍ୟାର ନଖ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ବର ନିଏ ଦାୟିତ୍ୱ। ବିବାହ ପରେ ଯେତେବେଳେ ପ୍ରଥମ ରାତିରେ ପୁଅ-ଝିଅ ମିଳନ ହୁଏ ସେମାନଙ୍କର ତକିଆ ତଳେ ଛୁରି ରଖାଯାଏ। ଏହାଦ୍ୱାରା ଦୁଇଜଣଙ୍କ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ଏହି ଜନଜାତି ବିଶ୍ୱାସ କରନ୍ତି। ବିବାହ ପୂର୍ବରୁ ଏଠାରେ କନ୍ୟା ଦେହରେ କ୍ଷୀର ଓ ବର ଦେହରେ ତେଲ ମାଲିସ କରାଯିବା ପରମ୍ପରା ରହିଛି।

Share