ସାମାଜିକ ବ୍ୟବସ୍ଥାରେ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ପାଳିତ ହୋଇଥାଏ। ପୋଲାଣ୍ଡରେ ବିବାହ ଉତ୍ସବରେ କନ୍ୟାବରଙ୍କୁ ଟଙ୍କାମାଳ ପିନ୍ଧିବାକୁ ଦିଆଯାଇଥାଏ। ଏହା ସହିତ ବିବାହରେ ନୃତ୍ୟର ଆୟୋଜନ କରାଯାଇଥାଏ। ଅତିଥିମାନେ ନୃତ୍ୟ କରୁଥିବା ବର ଅବା କନ୍ୟା ଘର ସଦସ୍ୟଙ୍କ ଉପରେ ଟଙ୍କା ବର୍ଷା କରିଥାନ୍ତି। ଏହାକୁ ମନିଡ୍ୟାନ୍ସ୍ କୁହାଯାଇଥାଏ। କେତେକ ବିବାହ ଉତ୍ସବରେ କନ୍ୟାବରଙ୍କ ଉପରେ ଟଙ୍କା ବର୍ଷା କରାଯାଇଥାଏ। ଏପରି କରିବା ଦ୍ୱାରା ନବଦମ୍ପତ୍ତିଙ୍କ ଜୀବନରେ ସୌଭାଗ୍ୟ ଆସିଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। କନ୍ୟା ଏବଂ ବର ପକ୍ଷର ବରିଷ୍ଠ ସଦସ୍ୟ ପୋଲାଣ୍ଡରେ ପ୍ରଚଳିତ ଡଲାର ମାଳ ନବଦମ୍ପତ୍ତିଙ୍କୁ ଉପହାର ଭାବେ ଦେବାର ପରମ୍ପରା ଏଠାରେ ରହିଛି।