ଯେଉଁଠି ବିବାହ ପୂର୍ବରୁ ବରକୁ ମାରିବାକୁ ପଡ଼େ ଘୁଷୁରି…

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ। ପରେ ବର ଏହାର ରକ୍ତ ମଧ୍ୟ ପାନ କରିଥାଏ। ଏପରି ନ ହେଲେ ବିବାହକୁ ମାନ୍ୟତା ମିଳି ନ ଥାଏ ବୋଲି ଜନଜାତିର ଲୋକ ବିଶ୍ୱାସ କରନ୍ତି। ବିବାହ କରି ସମାଜରେ ବାସ କରିବା ପାଇଁ ସାହସ ଆବଶ୍ୟକ। ଏହାର ପରୀକ୍ଷା ଲାଗି ବରକୁ ବିବାହ ପୂର୍ବରୁ ହିଁ ଏପରି କରିବାକୁ ପଡ଼ିଥାଏ। ଏହାଦ୍ୱାରା କନ୍ୟାବରଙ୍କ ଭବିଷ୍ୟତ ଜୀବନ ନିରାମୟ ହୋଇଥାଏ ବୋଲି ଏହି ଜନଜାତି ବିଶ୍ୱାସ କରନ୍ତି। ଆଧୁନିକ ଦୁନିଆର ଚାକଚକ୍ୟଠାରୁ ଦୂରେଇ ରହି ଏହି ଜନଜାତି ନିଜ ପରମ୍ପରା ଓ ସଂସ୍କୃତିକୁ ବେଶ୍‌ ଭଲ ପାଇଥାନ୍ତି। ଆଧୁନିକ ସଭ୍ୟତାକୁ ଆପଣେଇ ନେଲେ ତାଙ୍କ ସମାଜ ଧ୍ୱଂସ ପାଇଯିବ ବୋଲି ସେମାନେ ବିଶ୍ୱାସ କରିଥାନ୍ତି।

Share