ଯେଉଁଠି ଭଗବାନ ଶିବଙ୍କ ଗୋଡ଼ ଆଙ୍ଗୁଠି ପୂଜା କରାଯାଏ

ରାଜସ୍ଥାନରେ ଏପରି ଏକ ମନ୍ଦିର ରହିଛି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେକୌଣସି ଶିବ ମନ୍ଦିରରେ ଶିବଙ୍କ ଲିଙ୍ଗ କିମ୍ବା ମୂର୍ତ୍ତି ପୂଜା ପାଉଥିଲାବେଳେ ରାଜସ୍ଥାନ ମାଉଣ୍ଟଆବୁର ଅଚଳଗଡରେ ଥିବା ‘ଅଚଳେଶ୍ୱର ମହାଦେବ’ଙ୍କ ମନ୍ଦିରରେ ଶିବଙ୍କ ଗୋଡ ଆଙ୍କୁଠି ପୂଜା କରାଯାଏ। କୁହାଯାଏ, ଶିବଙ୍କ ଆଙ୍ଗୁଠି ଯୋଗୁ ଏଠାରେ ଏକ ପର୍ବତ ଟେକି ହୋଇ ରହିଛି। ଯେଉଁଦିନ ଏଠାରୁ ଶିବଙ୍କ ଆଙ୍ଗୁଠି ଅନ୍ତର୍ଦ୍ଧାନ ହୋଇଯିବ ସେବେ ଏହି ପର୍ବତ ମଧ୍ୟ ନଷ୍ଟ ହୋଇଯିବ। ଶିବଙ୍କ ଆଙ୍ଗୁଠି ତଳେ ଏକ ପ୍ରାକୃତିକ କୁଣ୍ଡ ରହିଛି। ଏହି କଣ୍ଡରେ ଯେତେ ପାଣି ଢଳା ଗଳେ ମଧ୍ୟ ଏହା କେବେ ପୂରଣ ହୁଏ ନାହିଁ। ଏଥିରେ ଢଳା ଯାଉଥିବା ପାଣି କୁଆଡେ ଯାଏ ତାହା ଆଜିବି ରହସ୍ୟ ଘେରରେ ରହିଛି।

Share