Categories: ଫୁରସତ

ଯେଉଁଠି ମହିଳାଙ୍କଠାରୁ ମାଡ଼ ଖାଇବା ଲାଗି ପୁରୁଷ ଦିଅନ୍ତି ଟଙ୍କା…

ମାଡ଼ ଖାଇବା ଲାଗି ଟଙ୍କା ଦେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଲଣ୍ଡନରେ ରହିଛି ଏକ ଜିମ୍‌। ଏଠାରେ ମହିଳା ପହିଲ୍‌ମାନ୍‌ଙ୍କଠାରୁ ମାଡ଼ ଖାଇବା ପାଇଁ ପୁରୁଷମାନେ ଆସିଥାନ୍ତି। ଏଠାରେ ପୁରୁଷମାନେ କେଉଁ ସୁନ୍ଦରୀ ମହିଳା ପହିଲ୍‌ମାନ୍‌ଙ୍କ ମାଡ଼ ଖାଇବେ ତାହା ନିଜେ ପସନ୍ଦ କରନ୍ତି। ଫୋଟିଶ୍‌ ଜିମ୍‌ରେ ଏଥିପାଇଁ ପୁରୁଷ ଗ୍ରାହକଙ୍କ ଭିଡ଼ ଜମିବାରେ ଲାଗିଛି ବୋଲି ଏହାର ମାଲିକ ପିପ୍ପା ଏବଂ ରିପ୍ପର କୁହନ୍ତି। ପ୍ରତିଦିନ ହାରାହାରି ୨୦ ଜଣ ଗ୍ରାହକ ଜିମ୍‌କୁ ମାଡ଼ ଖାଇବାକୁ ଆସୁଛନ୍ତି। ଗ୍ରାହକଙ୍କ ପସନ୍ଦ ଅନୁସାରେ ମହିଳା ପହିଲ୍‌ମାନ୍‌ଙ୍କୁ ପୋଷାକ ପିନ୍ଧିବାକୁ ପଡ଼ିଥାଏ। ଗ୍ରାହକଙ୍କ ଏଥିପାଇଁ ୧୨ ହଜାର ୫ଶହ ଟଙ୍କା ଦେବାକୁ ପଡ଼ିଥାଏ। ଜିମ୍‌ରେ ମାଡ଼ ଖାଇବା ଲାଗି ୧୯ରୁ ୭୦ ବର୍ଷ ବୟସ୍କ ପୁରୁଷ ଆସୁଥିବା ମାଲିକ କୁହନ୍ତି।

Share