Categories: ଫୁରସତ

ଯେଉଁଠି ମାଟିତଳେ ରୁହନ୍ତି ଲୋକେ

‘ପାତାଳ ଲୋକ’ କଥା ସମସ୍ତେ କାହାଣୀରେ ଶୁଣିଥିବେ। ହେଲେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ମାଟିତଳେ ଘର କରି ରହୁଛନ୍ତି। ଏହାକୁ କେହି କେହି ‘ପାତାଳ ପୁର’ ବା ‘ପାତାଳ ଲୋକ’ ବୋଲି ମଧ୍ୟ କହିଥାଆନ୍ତି। ଆଫ୍ରିକାର ଟ୍ୟୁନିସିଆରେ ଥିବା ଦଜେବେଲ ଦାହର ଅଞ୍ଚଳରେ ରହିଛି ଏମିତି ଏକ ସ୍ଥାନ ଯେଉଁଠି ଆଜିବି ଲୋକେ ମାଟିତଳେ ଘରକରି ରହୁଛନ୍ତି। ଏହି ଅଣ୍ଡରଗ୍ରାଉଣ୍ଡ ଗାଁ ତିଜ୍‌ମା ନାଁରେ ପରିଚିତ। ଏଠାରେ ଲୋକେ ମାଟିତଳେ ଜୀବନଯାପନ କରୁଛନ୍ତି। ଶହେ ବର୍ଷ ପୂରୁଣା ଏହି ଘରେ ଲୋକ ବସବାସ କରିବା ସହ ଏଠାରେ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଇଛି। ଏଠାରେ ରହୁଥିବା ଲୋକମାନଙ୍କର ଆଖପାଖରେ କ୍ଷେତ ରହିଥିବାରୁ ଏମାନେ ଚାଷ କରି ଜୀବିକା ନିର୍ବାହ କରିଥାଆନ୍ତି। ଏବେ ଏମାନଙ୍କ ମଧ୍ୟରୁ କେତେକ ଲୋକେ ସହର ଆଡକୁ ଚାଲିଯାଇଥିବା କୁହାଯାଏ। ଯେଉଁମାନେ ମାଟିତଳେ ଘରକରି ରହୁଛନ୍ତି ସେମାନେ କୁହନ୍ତି ସେମାନଙ୍କୁ ସେଠାକାର ସଂସ୍କୃତି ଓ ଚାଷଜମି ପ୍ରତି ଭଳପାଇବା ଥିବାରୁ ସେହି ସ୍ଥାନ ଛାଡି ଯିବାକୁ ଇଚ୍ଛା ନାହିଁ। ଅବସର ସମୟରେ ବହୁ ପର୍ଯ୍ୟଟକ ସେଠାକୁ ଆସୁଥିବା କୁହାଯାଏ। ଏମାନେ ମାଟିତଳେ ଘର କରି ରହିବାର ମୁଖ୍ୟ କାରଣ ହେଉଛି ସେଠାକାର ଗ୍ରୀଷ୍ମ ପ୍ରବାହ। ସେଠାରେ ଅଧିକାଂଶ ଘର ମାଟିରେ ତିଆରି ହୋଇଥିବାରୁ ଏହା ଗରମ ଦିନେ ଥଣ୍ଡା ରହିଥାଏ ବୋଲି ସେମାନେ କୁହନ୍ତି। ମାଟତଳେ ତିଆରି ହୋଇଥିବା ଘରର ଡିଜାଇନ୍‌ ଏମିତି ଭାବେ କରାଯାଇଛି ଯେଉଁଠି ଗରମ ପବନ ପହଞ୍ଚିବା କଷ୍ଟକର ହୋଇଥାଏ।ମାଟିତଳ ହେଲେବି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହୋଇ ନ ଥାଏ।

Share