Categories: ଫୁରସତ

ଯେଉଁଠି ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଆସନ୍ତି ଲୋକ…

ସାଧାରଣତଃ ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ପ୍ରିୟପରିଜନ ଦୁଃଖରେ କାନ୍ଦିଥାନ୍ତି। ତେବେ ରାଜସ୍ଥାନର ରାଜପୁତ ସମ୍ପ୍ରଦାୟରେ କାହାର ମୃତ୍ୟୁ ହେଲେ କାନ୍ଦିବା ଲାଗି ଭଡ଼ାରେ ଲୋକ ଆସିଥାନ୍ତି। ସେମାନେ ଅତି ବିକଳ ହୋଇ ହାତଗୋଡ଼ ଛାଟି ଛାତିକୁ ବାଡ଼େଇ କାନ୍ଦିଥାନ୍ତି। ଏହା ଅତି ମାର୍ମିକ ତଥା କରୁଣ ପରିବେଶ ସୃଷ୍ଟି କରିଥାଏ। ରାଜପୁତ ସମ୍ପ୍ରଦାୟ ନିଜର ଦୁଃଖକୁ ବାହାରେ ପ୍ରକାଶ କରିବା କିମ୍ବା କାନ୍ଦିବାକୁ ପସନ୍ଦ କରି ନ ଥାନ୍ତି। ତେଣୁ ସେମାନେ ପରିବାର ସଦସ୍ୟଙ୍କ ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଲୋକଙ୍କୁ ଆଣିଥାନ୍ତି। କାନ୍ଦିବାକୁ ଭଡ଼ାରେ ଆସୁଥିବା ଲୋକଙ୍କ ମଧ୍ୟରେ ପ୍ରାୟତଃ ମହିଳା ହିଁ ରହିଥାନ୍ତି। ଏଭଳି ମହିଳାଙ୍କୁ ରୁଦାଲି ବା ଭଡ଼ାରେ କାନ୍ଦିବା ମହିଳା କୁହାଯାଇଥାଏ। ଏହି ପରମ୍ପରା ରାଜପୁତ ସମ୍ପ୍ରଦାୟରେ ଅତି ପ୍ରାଚୀନ କାଳରୁ ପ୍ରଚଳିତ।

Share