Categories: ଫୁରସତ

ଯେଉଁଠି ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି, ପୋତା ଯାଏ ନାହିଁ

ଆଫ୍ରିକାର ମସାଈ ଜନଜାତି ନିଜ ପରମ୍ପରା ପାଇଁ ବେଶ୍‌ ଚର୍ଚ୍ଚିତ। ହଜାର ହଜାର ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଆଧୁନିକତାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି। ଏମାନେ ଶକ୍ତିଶାଳୀ ଯୋଦ୍ଧା ଭାବେ ବେଶ୍‌ ପରିଚିତ। ଏହି ଜନଜାତି ତାଞ୍ଜାନିଆ ଏବଂ କେନ୍ୟା ଜଙ୍ଗଲର ମରୁଭୂମି ଇଲାକାରେ ବାସ କରନ୍ତି। ମସାଈ ପରମ୍ପରା ଅନୁସାରେ, ଏଠାରେ ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି ପୋତାଯାଏ ନାହିଁ। ଏମାନଙ୍କୁ ଖୋଲାରେ ଛାଡ଼ିଦିଆଯାଏ। ବିଶ୍ୱାସ ଥାଏ, ଶବକୁ ପୋଡ଼ିଲେ କି ପୋତିଲେ ମାଟିର ଉର୍ବରତା ନଷ୍ଟ ହୋଇଥାଏ। କେବଳ ସେତିକି ନୁହେଁ, ଏମାନେ ସରକାରୀ ନିୟମ କାନୁନ୍‌କୁ ନେଇ ଚଳନ୍ତି ନାହିଁ, ବରଂ ନିଜ ପୂର୍ବପୁରୁଷମାନେ ଆବିଷ୍କାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରିଥାନ୍ତି। ଏମାନଙ୍କ ମଧ୍ୟରେ ସବୁଠୁ ବୟସ୍କ ବ୍ୟକ୍ତି ହିଁ ଜନଜାତିର ମୁଖିଆ ଭାବେ ପରିଚିତ ହୋଇଥାନ୍ତି। ତାଙ୍କ ନିଷ୍ପତ୍ତିକୁ ସମସ୍ତେ ଖୁସିର ସହ ଗ୍ରହଣ କରିଥାନ୍ତି। ସମସ୍ତ ଜନଜାତି ଲାଲ୍‌ ପୋଷାକ ପିନ୍ଧିଥାନ୍ତି। ଏହାଦ୍ୱାରା ଜନଜାତିଙ୍କୁ ଚିହ୍ନଟ କରିବା ସହଜସାଧ୍ୟ ହୋଇଥାଏ।

Share