Categories: ଫୁରସତ

ଯେଉଁଠି ମୃତ ବ୍ୟକ୍ତିଙ୍କ ସହ କରାଯାଏ ଝିଅଙ୍କ ବିବାହ

ଭାରତ ଏକ ବିଶାଳ ଦେଶ। ଏଠାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି। ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ନିଜ ସଂସ୍କୃତି ଏବଂ ପରମ୍ପରା ଅନୁସାରେ କାର୍ଯ୍ୟ କରିଥାନ୍ତି। ମାତ୍ର ଭାରତର କେତୋଟି ସ୍ଥାନରେ ଅଜବ ପରମ୍ପରା ପାଳନ କରାଯାଇଥାଏ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ସେମିତି ଏକ ପରମ୍ପରା ହେଉଛି ମୃତ ବ୍ୟକ୍ତିଙ୍କ ସହ ଜୀବିତ ଝିଅଙ୍କ ବିବାହ। ଉତ୍ତରପ୍ରଦେଶର ସାହାରନପୁର ଜିଲାରେ ଅବସ୍ଥିତ ଏକ ଗ୍ରାମରେ ଏପରି ପରମ୍ପରା କାହଁି କେଉଁ କାଳରୁ ଚାଲିଆସିଛି। ନଟବାଜୀ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କ ବିବାହ ହୋଇଥାଏ। ନୀତିନିୟମ ଅନୁସାରେ ପୂରା ଧୂମଧାମରେ ସେମାନଙ୍କର ବିବାହ କାର୍ଯ୍ୟ ଅନୁଷ୍ଠିତ ହୁଏ। ସାହାରନପୁର ମିରପୁର ଜିଲାର ଝିଅମାନଙ୍କ ବିବାହ ଏହି ମୃତ ବ୍ୟକ୍ତିଙ୍କ ସହ କରାଯାଇଥାଏ। ମାତ୍ର ବିବାହରେ ବର-କନ୍ୟା ଭାବେ ସେମାନଙ୍କ ପ୍ରତୀକରୂପେ କଣ୍ଢେଇର ବିବାହ କରାଯାଇଥାଏ।

Share