ଯେଉଁଠି ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର…

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ ପସନ୍ଦ କରନ୍ତି। ଆଫ୍ରିକାରେ ଲୋକଙ୍କ ପସନ୍ଦ ହେଉଛି ମୋଟାଝିଆ । ଏଠାରେ କେତେକ ପତଳା ଝିଅ ବାହା ହୋଇ ନ ପାରି ରହିବାର ଦେଖାଯାଇଥାଏ। ମୋଟା ମହିଳା ଏବଂ ଯୁବତୀଙ୍କୁ ଏଠାରେ ସୁନ୍ଦରତାର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ଝିଅ ମୋଟା ହେଲେ ବିବାହରେ କୌଣସି ଅସୁବିଧା ନାହିଁ ବୋଲି ଲୋକଙ୍କର ବିଶ୍ୱାସ ଥାଏ । ଲେବ୍‌ଲୋହ ନାମକ ପରମ୍ପରା ଅନୁସାରେ ଝିଅକୁ ୫ ବର୍ଷ ହୋଇଗଲେ ତାକୁ ମୋଟା ହେବା ପାଇଁ ଟ୍ରେନିଂ ସେଣ୍ଟରକୁ ପଠାଯାଇଥାଏ। ଏସବୁ ସେଣ୍ଟରରେ ଝିଅମାନେ ନିଜ ଓଜନ ବଢାଇବାର ଟ୍ରେନିଂ ନିଅନ୍ତି। ସେଠାରେ ସେମାନଙ୍କୁ ଜବରଦସ୍ତି ଅଧିକ ଖାଇବାକୁ ଦିଆଯାଏ। ଖାଇ ଖାଇ ଝିଅଟି ବାନ୍ତିକରୁ କିମ୍ବା ଅସୁସ୍ଥ ହେଉ ସେଥିପ୍ରତି ଦୃଷ୍ଟି ଦିଆଯାଏ ନାହିଁ। ଝିଅକୁ ମୋଟା କରିବା ଲାଗି ଟ୍ରେନିଂ ସେଣ୍ଟରରେ ନାନା ପ୍ରକାର ଉପାୟ କରାଯାଇଥାଏ। ମୋଟା ଝିଅକୁ ବାହାହେବା ପାଇଁ ଏଠାରେ ବରଘର ପକ୍ଷରୁ ଅଧିକ ଟଙ୍କା କନ୍ୟା ଘରକୁ ଦିଆଯାଇଥାଏ। ମୋଟା ଝିଅ ଶାଶୁଘର ପାଇଁ ସୌଭାଗ୍ୟ ଆଣିଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି।

Share