ଯେଉଁଠି ରାତିରେ କଳା ରଙ୍ଗ ହୋଇଯାଏ ବାଲି

ଗୁଜରାଟର ଦୁମାସ୍‌ ସମୁଦ୍ରତଟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରି ରଖିଛି। ଜନଶ୍ରୁତି ଅନୁସାରେ, ଏଠାରେ ପାପ ଶକ୍ତିଙ୍କ ପ୍ରଭାବ ରହିଥିବା ଜଣାଯାଏ। ଅନେକ ଅଦୃଶ୍ୟ ଶକ୍ତିଙ୍କ ଉପତ୍ାତ ଏଠାରେ ଦେଖିବାକୁ ମିଳେ। ବିଶେଷକରି ସୂର୍ଯ୍ୟାସ୍ତ ପରେ ଏମାନଙ୍କ ଉପଦ୍ରବ ବଢ଼ିଯାଏ। ଏଣୁ ସନ୍ଧ୍ୟାପରେ ଏଠାକୁ ଯିବାକୁ ନିଷେଧ କରାଯାଇଛି। ଚିକ୍‌ମିକ୍‌ ରାତିରେ ସମୁଦ୍ର ଜଳ ଏବଂ ବାଲି ଉପରେ କିଛି ଛାଇ ମଧ୍ୟ ଦେଖିବାକୁ ମିଳିଛି। ଏମାନେ ରାତିହେଲେ ଏକାଠି ହୋଇ ଉତ୍ସବ ମନାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ହେବା ପରେ ଏ ସ୍ଥାନ ଏକଦମ୍‌ ଶୂନଶାନ୍‌ ପାଲଟିଯାଏ। ଅଚାନକ ବାଲି କଳା ରଙ୍ଗ ଧାରଣ କରେ। କାହଁି କେଉଁ କାଳରୁ ଏଭଳି ଭାବେ ପ୍ରତିରାତିରେ ବାଲିର ରଙ୍ଗ ପରିର୍ବନ ହୋଇ କଳା ହେବା ପଛର ରହସ୍ୟ ବି କେହି ଜାଣିପାରି ନାହାନ୍ତି। ସବୁଠୁ ବଡ଼ କଥା ଏ ସ୍ଥାନକୁ ପ୍ରେମୀଯୁଗଳଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି।

Share