Categories: ଫୁରସତ

ଯେଉଁଠି ରାତିରେ ଟଏଲେଟ୍‌ ଯିବା ମନା

ଟଏଲେଟ୍‌ ଯିବା ଏଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା ହୋଇ ନ ଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ପ୍ରଚଳିତ ହୋଇଥାଏ। ରାତିରେ ଗାଧୋଇବା ବା ଫ୍ଲସ୍‌ ବ୍ୟବହାର କଲେ ଏଠାରେ ଜରିମାନା ଦେବାର ବ୍ୟବସ୍ଥା ମଧ୍ୟ ରହିଛି। କାରଣ ରାତି ସମୟରେ ସମସ୍ତେ ବିଶ୍ରାମ ନେଉଥିବାରୁ ଗାଧୋଇଲେ ବା ଟଏଲେଟ୍‌ ଯାଇ ଫ୍ଲସ୍‌ କଲେ ଏହାର ଶବ୍ଦରେ ବାୟୁ ପ୍ରଦୂଷଣ ହେବା ସହ ଜଣଙ୍କର ନିଦରେ ବ୍ୟାଘାତ ଘଟିଥାଏ। ତେଣୁ ଏଠାରେ ରାତିରେ ଟଏଲେଟ୍‌ ଯିବା ଏକ ଅପରାଧ ବୋଲି ଲୋକେ କହିଥାଆନ୍ତି। ହେଲେ ଥୋମାସ୍‌ ଓବରେଲ ନାମକ ସୁଇଜରଲାଣ୍ଡର ଜଣେ ଓକିଲଙ୍କ ମତ ଅନୁଯାୟୀ, ନିର୍ଦ୍ଦିଷ୍ଟ କେତେଜଣ ଘର ମାଲିକ ଏହି ନିୟମ ପ୍ରଚଳନ କରିଛନ୍ତି। ଏମାନଙ୍କର ଭଡାରେ ଲାଗିଥିବା ଘରେ ପାଣି କମ୍‌ ଖର୍ଚ୍ଚ କରିବା ଲାଗି ଏମାନେ ଏମିତି ନିୟମ କରିଥିବା ସେ କହିଛନ୍ତି।

Share